‘ହୁ’ର ସତର୍କ ସୂଚନା: ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ୟୁରୋପ୍‌ର ୫୦% ଅଧିକ ଜନତା ଓମିକ୍ରନ୍‌ଦ୍ବାରା ଆକ୍ରାନ୍ତ ହେବେ

ନୂଆଦିଲ୍ଲୀ: ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ୟୁରୋପ୍‌ର ୫୦%ରୁ ଅଧିକ ଜନତା ଓମିକ୍ରନ୍‌ଦ୍ବାରା ଆକ୍ରାନ୍ତ ହେବେ ବୋଲି ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସକର୍ତ କରାଇ ଦେଇଛି।

ୟୁରୋପୀୟ ଏବଂ କେନ୍ଦ୍ରୀୟ ଏସୀୟ ଦେଶରେ ଏବେ ମଧ୍ୟ କୋଭିଡ୍‌-୧୯ର ତୀବ୍ର ଚାପ ଥାଇ ଆମେ ୨୦୨୨ ବର୍ଷରେ ପ୍ରବେଶ କରିଛନ୍ତି। ୨୦୨୧ ଶେଷ ପର୍ଯ୍ୟାୟରୁ ସମସ୍ତ ଦେଶ ଯଥାମତେ ଉଦ୍ୟମ କରୁଥିଲେ ମଧ୍ୟ ଡେଲ୍‌ଟାର ଦ୍ରୁତ ସଂକ୍ରମଣ ଠାରୁ ଓମିକ୍ରନ୍‌ ଭେରିଏଣ୍ଟ୍‌ ୟୁରୋପ୍‌ ଏବଂ କେନ୍ଦ୍ରୀୟ ଏସୀୟ ଅଞ୍ଚଳରେ ପଶ୍ଚିମରୁ ପୂର୍ବକୁ ଆଡ଼କୁ ଜୁଆରିଆ ଲହର୍‌ ଭାବେ ମାଡ଼ି ଚାଲିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ୟୁରୋପ ପାଇଁ ଥିବା ଆଞ୍ଚଳିକ ନିର୍ଦେଶକ ହାନ୍‌ସ୍‌ ହେ‌ନ୍‌ରି ପି କ୍ଲଗ୍‌ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୨ର ପ୍ରଥମ ସପ୍ତାହରେ ଉପରୋକ୍ତ ଅଞ୍ଚଳରେ ୭ ନିୟୁତ କୋଭିଡ୍‌-୧୯ ସଂକ୍ରମଣ ରିପୋର୍ଟ କରିଛି ଯାହା କି, ୨ ସପ୍ତାହ ମଧ୍ୟରେ ଦ୍ବିଗୁଣରୁ ଅଧିକ ହେବ।

ସେ ସୂଚନା ଦେଇଛନ୍ତି, ଜାନୁଆରି ୧୦ ସୁଦ୍ଧା ୨୬ଟି ଦେଶ ରିପୋର୍ଟ କରିଥିଲେ ଯେ, ପ୍ରତି ସପ୍ତାହରେ ସେମାନଙ୍କ ଜନସଂଖ୍ୟାର ୧%ରୁ ଅଧିକ ଜନତା କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହେଉଛନ୍ତି। ମୃତ୍ୟୁହାର ସମାନ ରହୁଛି। କିନ୍ତୁ, ଟିକାକରଣ ସ୍ବଳ୍ପ ହୋଇଥିବା ଦେଶଗୁଡ଼ିକ ତୁଳନାରେ ଉପରୋକ୍ତ ଦେଶଗୁଡ଼ିକର ମୃତ୍ୟୁହାର ଯଥେଷ୍ଟ କମ୍‌ ରହିଛି।

କ୍ଲଗ୍‌ କହିଛନ୍ତି, ୟୁରୋପ ଏବଂ କେନ୍ଦ୍ରୀୟ ଏସିଆର ୫୩ଟି ଦେଶରୁ ସମ୍ପ୍ରତି ୫୦ଟି ଦେଶ ନୂଆ ଓମିକ୍ରନ୍‌ ମାମଲା ରିପୋର୍ଟ କରୁଛନ୍ତି। ଦ୍ରୁତ ବେଗରେ ଏହା ପଶ୍ଚିମ ୟୁରୋପରେ ପ୍ରାଧାନ୍ୟ ବିସ୍ତାରକାରୀ ଭେରିଏଣ୍ଟ୍‌ ପାଲଟିବା ସହ ସମ୍ପ୍ରତି ବାଲକାନ୍‌ସ୍‌ ଅଞ୍ଚଳରେ ବିସ୍ତାର ଲାଭ କରୁଛି।

ସମ୍ବନ୍ଧିତ ଖବର