ଅହମଦାବାଦ: ଅପରେସନ ପାକିସ୍ତାନୀ, ବାହାରିଲେ ବାଂଲାଦେଶୀ । ପାକିସ୍ତାନୀଙ୍କୁ ଖୋଜୁଖୋଜୁ ଧରାପଡ଼ିଲେ ବାଂଲାଦେଶୀ । ପ୍ରାୟ ୫୦୦ରୁ ଅଧିକ ବାଂଲାଦେଶୀଙ୍କୁ ଅଟକ ରଖାଯାଇଛି । ଆଉ ଏମାନେ ସମସ୍ତେ ବେଆଇନ କାଜଗପତ୍ର ଦେଖାଇ ଏଠାରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି ।

Advertisment

ପହଲଗାମରେ ଆତଙ୍କୀ ହମଲା ପରେ ଯେତେବେଳେ ପାକିସ୍ତାନୀଙ୍କୁ ଭାରତରୁ ତଡ଼ିବାକୁ ଯୋଜନା ହୋଇଛି । ଆଉ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗୋଟି ଗୋଟି ପାକିସ୍ତାନୀଙ୍କୁ ଖୋଜି ଖୋଜି ତଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ଠିକ୍ ସେତେବେଳେ ଗତ ରାତିରେ ହାଇଦ୍ରାବାଦ ପୋଲିସ ଏକ ସ୍ବତନ୍ତ୍ର ଅପରେସନ ଆରମ୍ଭ କରିଥିଲା । ଏବଂ ସର୍ଚ୍ଚ ଅପରେସନ ବେଳେ ପାକିସ୍ତାନୀଙ୍କ ସ୍ଥାନରେ ୫୦୦ରୁ ଅଧିକ ବାଂଲାଦେଶୀ ଧରାପଡିଛନ୍ତି । ତେବେ ତଦନ୍ତ ପରେ ସେମାନଙ୍କୁ ବାଂଲାଦେଶ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି ।