ଆଜାଦଙ୍କୁ ସମର୍ଥନ କରି ୬୦ରୁ ଅଧିକ କଂଗ୍ରେସ ନେତା ଦଳ ଛାଡ଼ିଲେଣି

ନୂଆଦିଲ୍ଳୀ : ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡ଼ିବାପରେ ତାଙ୍କୁ ସମର୍ଥନ କରି ୬୪ରୁ ଅଧିକ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ିଲେଣି। ଆଜାଦଙ୍କ ନେତୃତ୍ବରେ ଜମ୍ମୁ କାଶ୍ମୀରର ଉଜ୍ବଳ ଭବିଷ୍ୟତ କଥା ଚିନ୍ତାକରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ପ୍ରାୟ ୬୪ରୁ ଅଧିକ କଂଗ୍ରେସ ନେତା କ‌ଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ସେମାନଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଚା‌ନ୍ଦ ଏବଂ ପୂର୍ବତନ ମନ୍ତ୍ରୀ ଅବଦୁଲ ମାଜିଦ ୱାନି, ମନୋହର ଲାଲ୍‌ ଶର୍ମା, ଘରୁ ରାମ ଏବଂ ପୂର୍ବତନ ବିଧା‌ୟକ ବଲ୍‌ୱନ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସରୁ ସେମାନଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଆଜାଦ ଖୁବ୍‌ଶୀଘ୍ର ଜମ୍ମୁ କାଶ୍ମୀରରେ ଏକ ଜାତୀୟ ସ୍ତରର ଦଳ ଆରମ୍ଭ କରିବେ। ଆମେ ସମସ୍ତେ ଆଜାଦଙ୍କୁ ସମର୍ଥନ କରୁଛୁ ବୋଲି ଏହି ଇସ୍ତଫାପତ୍ରରେ କୁହାଯାଇଛି।

ସମ୍ବନ୍ଧିତ ଖବର