୭ ‌କୋଟିରୁ ଅଧିକ ଲୋକ ୩୧ ଭର୍ଚୁଆଲ୍‌ ରୢାଲିରେ ଯୋଗ ଦେଇଛନ୍ତି: ବିଜେପି

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପ୍ରଥମ ପାଳି କାର୍ଯ୍ୟକାଳର ୧ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ହୋଇଥିବା ପ୍ରାୟ ୩୧ଟି ଭର୍ଚୁଆଲ୍‌ ରୢାଲିରେ ୭.୧୮ କୋଟିରୁ ଅଧିକ ଲୋକ ଯୋଗ ଦେଇଛନ୍ତି। ଏକ ଟ୍ବିଟ୍‌ କରି ବିଜେପି ପକ୍ଷରୁ ଏହା କୁହାଯାଇଛି ଯେ, କରୋନା ଭାଇରସ୍‌ ଏବଂ ଲକ୍‌ଡାଉନ୍‌ ସତ୍ତ୍ବେ ବିଜେପି ଭର୍ଚୁଆଲ୍‌ ରୢାଲି ଏବଂ ଅନ୍ୟ କାର୍ଯ୍ୟକ୍ରମ ଦ୍ବାରା ଲୋକମାନଙ୍କ ପାଖରେ ପହଞ୍ଚି ପାରିଛି। ଏପରିକି କୋଭିଡ୍‌ ମହାମାରୀ ସମୟରେ ଏହା ପ୍ରାୟ ୩ କୋଟିରୁ ଅଧିକ ପରିବାର ସହ ଯୋଗାଯୋଗ କରିଥିବା ଦାବି କରିଛି।

ଜୁନ୍ ସୁଦ୍ଧା ବିଜେପି ଦ୍ବାରା ‌ହୋଇଥିବା ୩୧ଟି ଭର୍ଚୁଆଲ୍‌ ରୢାଲି‌ରେ ୭.୧୮ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି। ଏହାର ଅର୍ଥ ହେଉଛି ପ୍ରତ୍ୟେକ କାର୍ଯ୍ୟକ୍ରମରେ ହାରାହାରି ୨୩ ଲକ୍ଷ ଲୋକ ଅଂଶଗ୍ରହଣ କରିଛନ୍ତି। ଏହି ଭର୍ଚୁଆଲ୍‌ ରୢାଲିଗୁଡ଼ିକରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ ଏବଂ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉଦ୍‌ବୋଧନ ଦେଇଛନ୍ତି।

ସମ୍ବନ୍ଧିତ ଖବର