ନୂଆଦିଲ୍ଲୀ: ଦେଶରେ ଥିବା ୭୦୦ ଚକ୍ଷୁଭଣ୍ଡାର (ଆଇବ୍ୟାଙ୍କ୍)ର ଯାଞ୍ଚ ହେବ। ଏମାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିବାରୁ ଏହାର ଯାଂଚ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯାଂଚ ବେଳେ ଦାନରେ ଚକ୍ଷୁଭଣ୍ଡାରକୁ ପ୍ରାପ୍ତ ହୋଇଥିବା ଚକ୍ଷୁ ଓ କର୍ନିଆର ଗତ ୫ ବର୍ଷର ବିବରଣୀ ଦେବାକୁ ପଡ଼ିବ। ଯେଉଁସବୁ ଚକ୍ଷୁଭଣ୍ଡାର ପାଖରେ ପର୍ଯ୍ୟାପ୍ତ ତଥ୍ୟ ତଥା ଉତ୍ତମ ପ୍ରଦର୍ଶନର ପ୍ରମାଣ ନଥିବ ସେମାନଙ୍କୁ ନୋଟିସ୍ ଜାରି କରାଯିବା ସହିତ ଲାଇସେନ୍ସ ନବୀକରଣ ଉପରେ ରୋକ ଲଗାଯିବ।
ମାନବ ଅଙ୍ଗ ଓ ଜୀବକୋଷ ପ୍ରତ୍ୟାପରୋପଣ ନିୟମ (ନୋଟୋ), ୨୦୧୪ ଆଧାରରେ ପ୍ରତ୍ୟେକ ଚକ୍ଷୁଭଣ୍ଡାର ବର୍ଷକୁ ଅତି କମରେ ୫୦ ଚକ୍ଷୁ ଅଥବା ୧୦୦ କର୍ନିଆ ସଂଗ୍ରହ କରିବା ଅନିବାର୍ଯ୍ୟ ରହିଛି। ହେଲେ ଏମାନେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରୁନଥିବା ତଦାରଖରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଏଥିରେ ବିଫଳ ହେଲେ ମଧ୍ୟ ସେମାନଙ୍କ ଲାଇସେନ୍ସର ନବୀକରଣ କରାଯାଉଛି। ତେଣୁ ପ୍ରତ୍ୟେକ ଚକ୍ଷୁଭଣ୍ଡାରର ଯାଂଚ କରିବାର ଆବଶ୍ୟକତା ରହିଛି ବୋଲି ନୋଟୋ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/eye.jpg)