ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଳ ଗାନ୍ଧୀଙ୍କର ଟୁଇଟର୍‌ ଫଲୋୟର୍‌ଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଫେକ୍‌

ନୂଆଦିଲ୍ଲୀ: ନିକଟରେ ଦେଶ ଓ ବିଦେଶର ଟୁଇଟର୍‌ ଫଲୋୟର୍‌ଙ୍କ ସମ୍ବନ୍ଧରେ ମିଳିଥିବା ତଥ୍ୟାନୁସାରେ, ନେତା ଏବଂ ସେଲିବ୍ରେଟିମାନଙ୍କ ଫଲୋୟର୍ସମାନଙ୍କ ମଧ୍ୟରେ ରହିଛି ଅର୍ଦ୍ଧାଧିକ ଫେକ୍‌ ଆକାଉଣ୍ଟ୍‌।

ସଂଖ୍ୟା ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କର ରହିଛ ସର୍ବାଧିକ ୬୭% ଫେକ୍‌ ଟୁଇଟର୍‌ ଫଲୋୟର୍ସ। ତାଙ୍କ ତଳକୁ ରହିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା, କଂଗ୍ରେସ ନେତା ଶଶି ଥରୁର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏମାନଙ୍କର ବାସ୍ତବ ଅପେକ୍ଷା ଅଧିକ ଫେକ୍‌ ଟୁଇଟର୍‌ ଫଲୋୟର୍ସ ଅଛନ୍ତି। ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୪୧୮୦୦୦୦ ଟୁଇଟର୍‌ ଫଲୋୟର୍ସଙ୍କ ମଧ୍ୟରୁ ୪୦୩୦୦୦୦୦ ଟୁଇଟର ଫଲୋର୍ସ ହେଉଛନ୍ତି ଫେକ୍‌।

ଅନ୍ୟ ପକ୍ଷରେ ଦେଖିଲେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାସ୍ତବ ଦୁନିଆରେ ଏତେ ଜନପ୍ରିୟ ହୋଇ ନ ଥିଲେ ମଧ୍ୟ, ବିଶ୍ୱ ସାମାଜିକ ଗଣମାଧ୍ୟରେ ତାଙ୍କ ସ୍ଥାନ ଶୀର୍ଷରେ ରହିଛି। ତାଙ୍କର ମଧ୍ୟ ଫେକ୍‌ ଫଲୋୟର୍ସ ରହିଛନ୍ତି। କିନ୍ତୁ ଭାରତୀୟ ନେତାମାନଙ୍କ ତୁଳନାରେ ତାହା ଅତି ନଗଣ୍ୟ। ଏହା ମାତ୍ର ୨୬%।

ସମ୍ବନ୍ଧିତ ଖବର