ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ସାରା ବିଶ୍ୱ ଏବେ ଲଢେଇ ଜାରି ରଖିଥିବା ବେଳେ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି | ବର୍ତ୍ତମାନ ସୁଦ୍ଧା ବିଶ୍ୱ ସ୍ତରରେ କରୋନାଭାଇରସ ଦ୍ୱାରା ଶିକାର ହୋଇଥିବା ଏକ ମିଲିୟନରୁ ଅଧିକ ଲୋକ ସୁସ୍ଥ ହୋଇଥିବା ଜଣାପଡିଛି |
ଶୁକ୍ରବାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ସୂଚନା ସେଇଛି ଯେ ୧, ୧୦୧୫,୧୮୩ ଲୋକ ବର୍ତ୍ତମାନ ଏହି ରୋଗକୁ ସଫଳତାର ସହ ହରାଇ ପାରିଛନ୍ତି । ଏହି ସମୟରେ ବିଶ୍ୱରେ ମୋଟ ୩.୩ ନିୟୁତ ଲୋକ କରୋନା ଆକ୍ରାନ୍ତ ଥିବା ବେଳେ ସଂକ୍ରମଣ ହେତୁ ପ୍ରାୟ ୨,୩୦,୦୦୦ ଲୋକ ମୃତ୍ୟୁବରଣ କରିଛନ୍ତି |
ପରିସଂଖ୍ୟାନରୁ ଜଣାପଡିଛି ଯେ, ଆମେରିକାରେ ୧,୫୩,୦୦୦ରୁ ଅଧିକ ଲୋକ, ଜର୍ମାନୀରେ ୧,୨୩,୦୦୦ଲୋକ ଏବଂ ସ୍ପେନରେ ୧୧୨୦୦୦ରୁ ଅଧିକ ଲୋକ ଏହି ମାରାତ୍ମକ ରୋଗରୁ ମୁକ୍ତି ପାଇଛନ୍ତି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଜର୍ମାନୀ ଏହାର ଦୃଢ ପରୀକ୍ଷଣ ବ୍ୟବସ୍ଥା ପାଇଁ ପ୍ରଶଂସିତ ହୋଇଛି। ସ୍ପେନର ପୁନରୁଦ୍ଧାର ହାର ପ୍ରାୟ ୫୨ ପ୍ରତିଶତ ରହିଥିବା ବେଳେ ଇଟାଲୀରେ ୩୬ପ୍ରତିଶତ ଏବଂ ଫ୍ରାନ୍ସରେ ୩୦ପ୍ରତିଶତ ପାଖାପାଖି ରହିଛି।
indiatimesତଥ୍ୟ ସୂଚାଇ ଦେଇଛି ଯେ, ଯେଉଁ ଲୋକ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି ପରେ ସେମାନେ ଭୂତାଣୁ ମୁକ୍ତ ମଧ୍ୟ ହେଉଛନ୍ତି । କିନ୍ତୁ କିଛି ଲୋକଙ୍କ ପାଖରେ କୌଣସି ଲକ୍ଷଣ ଦେଖା ଯାଉ ନଥିଲେ ମଧ୍ୟ ପରୀକ୍ଷା ପରେ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡୁଛି | ଯାହାଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା ଏବେ ଅଧିକ ବଢିଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/y-6.jpg)