ଲଣ୍ଡନ : କୋଭିଡ-୧୯ ଗୋଷ୍ଠୀ ପ୍ରତିରୋଧକତା ପାଇଁ ଅଧିକ ସମୟ ଲାଗିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ବାମୀନାଥନ କହିଛନ୍ତି। ଅର୍ଥାତ୍ ବିଶ୍ବ ଜନସଂଖ୍ୟାର ଏକ ବଡ଼ ଅଂଶ ମଧ୍ୟରେ ଆଣ୍ଟିବଡି ବିକଶିତ ହୋଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପ୍ରକ୍ରିୟାକୁ ଆହୁରି ଅଧିକ ସମୟ ଲାଗିବ ବୋଲି ଡ. ସ୍ବାମୀନାଥନ କହିଛନ୍ତି। ଜେନିଭାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସୋସିଆଲ ମିଡିଆ ଇଭେଣ୍ଟରେ ଯୋଗ ଦେଇ ମୁଖ୍ୟ ବୈଜ୍ଞାନିକ ଗୋଷ୍ଠୀ ପ୍ରତିରୋଧକତା ବୃଦ୍ଧି ପାଇଁ ଅତି କମରେ ଆଉ ବର୍ଷେ ସମୟ ଲାଗିବ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏଣୁ ଆସନ୍ତା ଗୋଟିଏ ବର୍ଷ ଯାଏ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ୫୦ରୁ ୬୦ ପ୍ରତିଶତ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଲେ କରୋନାର ମୁକାବିଲା କରିବା ସମ୍ଭବ ହୋଇପାରିବ ବୋଲି ସ୍ବାମୀନାଥନ କହିଛନ୍ତି। ତେବେ ଟିକା ନ ଆସିବା ପର୍ଯ୍ୟନ୍ତ ସମସ୍ତେ କୋଭିଡ-୧୯ ଗାଇଡଲାଇନ ମାନି ଚଳିବାକୁ ହେବ। ଟିକା ଆସିଲା ପରେ ଦ୍ରୁତ ଗତିରେ କୋଭିଡ-୧୯ର ମୁକାବିଲା ସମ୍ଭବ ବୋଲି ସ୍ବାମୀନାଥନ ସ୍ପଷ୍ଟ କରିଛନ୍ତି। ତେବେ ଗୋଷ୍ଠୀ ପ୍ରତିରୋଧକତାର ବିକାଶ ନ ହେବା ଯାଏ ଲୋକମାନଙ୍କୁ ନିଜ କ୍ଷେତ୍ରରେ ପ୍ରାକୃତିକ ଉପାୟରେ ନିଜ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇବାକୁ ହେବ ବୋଲି ସେ କହିଛନ୍ତି।
ଗୋଷ୍ଠୀ ପ୍ରତିରୋଧକତା ପାଇଁ ଅଧିକ ସମୟ ଲାଗିବ: ‘ହୁ’ ବୈଜ୍ଞାନିକ
/sambad/media/post_attachments/wp-content/uploads/2020/06/who.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)