ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ଭିଡିଓ ସୋସିଆଲ ମିଡିଆରେ ଆଲୋଡନ ସୃଷ୍ଟି କରିଛି। ଏହି ଭାଇରାଲ ଭିଡିଓରେ ଜଣେ ମହିଳା ବାସନ ମାଜିଲା ଭଳି ଏକାଧିକ ବନ୍ଧୁକ ସଫା କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଭାଇରାଲ ହେବାପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହିଳାଙ୍କ ସ୍ବାମୀ ଓ ପୁଅଙ୍କୁ ଗିରଫ କରି ଯାଞ୍ଚ ଆରମ୍ଭ କରିଛି। ଗିରଫ ବାପାଙ୍କ ନାମ ବିହାରି ଲାଲ ଓ ପୁଅର ନାମ ଶକ୍ତି କପୁର ବୋଲି ଜଣାପଡ଼ିଛି।
ଭାଇରାଲ ହୋଇଥିବା ଭିଡିଓରେ ଘଟିଥିବା ଘଟଣା ମହୁଆ ପୁଲିସ୍ ଷ୍ଟେସନ ଅଧୀନରେ ଥିବା ଗଣେଶପୁରା ଗାଁର ବୋଲି ଜଣାପଡ଼ିଥିଲା। ଶକ୍ତି କପୁର ଘରେ ଅନେକ ବନ୍ଧୁକ ରଖିଥିବା ଭିଡିଓକୁ ଦେଖିବା ପରେ ପୁଲିସ ସନ୍ଦେହ କରିଥିଲା କି ସେ ବେଆଇନ ଭାବେ ବନ୍ଧୁକ ତିଆରି କରୁଛନ୍ତି। ଏହାପରେ ତାଙ୍କ ଘର ଉପରେ ଚଢ଼ାଉ କରିଥିଲା।
मध्य प्रदेश के मुरैना में एक महिला का वीडियो वायरल हुआ, जिसमें वह पिस्तौल को साफ करती दिखाई दी थी। पुलिस ने अब इस मामले में कार्रवाई की है।#Madhyapradesh #Morena #Mohanyadav #Cm #viral2024 #Pistolwash #Viralvideo pic.twitter.com/lUMsCCfIMT
— Nidhi solanki🇮🇳 (@iNidhisolanki) August 12, 2024
ପୁଲିସ ଟିମ ଆସିବା କଥା ଶକ୍ତି କପୁର ଜାଣିବା ପରେ ସେ ତାଙ୍କ ବାପା ବିହାରି ଲାଲଙ୍କୁ ଘଟଣାସ୍ଥଳରୁ ନେଇ ଫେରାର ହୋଇଯାଇଥିଲେ। ପୁଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ଶକ୍ତି କପୁର ଓ ତାଙ୍କ ବାପା ବିହାରି ଲାଲଙ୍କୁ ଗିରଫ କରିଥିଲା। ଗିରଫ ବାପ ଓ ପୁଅ ଠାରୁ ଗୋଟିଏ ବସ୍ତାରୁ ଏକାଧିକ ବନ୍ଧୁକ ଓ ଏହାକୁ ତିଆରି କରିବା ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି।