ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ନୂଆ ହେଡ କୋଚ ଗୌତମ ଗମ୍ଭୀର ନିକଟରେ ଶ୍ରୀଲଙ୍କ‌ା ଗସ୍ତ ସମୟ‌ରେ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିଲେ। କୁହାଯାଉଛି ଗମ୍ଭୀରଙ୍କ ଆଗାମୀ ପରୀକ୍ଷା ବାଂଲାଦେଶ ବିପକ୍ଷରେ ହେବ‌ାକୁ ଯାଉଛି।

Advertisment

ବାଂଲାଦେଶ କ୍ରିକେଟ ଦଳ ଆଗାମୀ ମାସରେ ଭାରତଗସ୍ତରେ ଆସୁଛନ୍ତି। ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ ଖେଳା ଯିବାକୁ ଅଛି। ବାଂଲାଦେଶ ସିରିଜ ପୂର୍ବରୁ ବିସିସିଆଇ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମର୍ନେ ମର୍କେଲଙ୍କୁ ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍ ଭାବରେ ବିସିସିଆଇ ସଚିବ ଜୟ ଶାହା ନିଯୁକ୍ତ କରିଛନ୍ତି।

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ମର୍ନେ ମର୍କେଲ ଦାୟିତ୍ୱ ଗ୍ରହଣ କରିବେ। ଏହି ଖବର ସାମ୍ନାକୁ ଆସିବା ପରେ ଭାରତୀୟ ଦଳର ପ୍ରଶିକ୍ଷକ ଥିବା ଗୌତମ ଗମ୍ଭୀରଙ୍କ ଆଉ ଏକ ଇଚ୍ଛା ପୁରଣ ହୋଇଛି ବୋଲି କୁହାଯାଉଛି। କାରଣ କିଛିଦିନ ପୂର୍ବରୁ ଗମ୍ଭୀର ନିଜେ ମର୍କେଲଙ୍କ ନାମ ସୁପାରିଶ କରିଥିଲେ। ଏହି କ୍ରମରେ ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍ ଭାବରେ ମର୍ନେ ମର୍କେଲଙ୍କ ନାମ ଘୋଷଣା ହେବାପରେ ଗମ୍ଭୀର କିଛିଦିନ ପୂର୍ବରୁ କରିଥିବା ସୁପାରିଶ ପୁରଣ ହୋଇଛି ବୋଲି ଚର୍ଚ୍ଚା ହେଉଛି।

ଗମ୍ଭୀର ଏବଂ ମର୍କେଲଙ୍କ କଥା କହିବ‌ାକୁ ଗଲେ ଏହି ଯୋଡ଼ି ପୂର୍ବରୁ ଏକାଠି କାମ କରି ସାରିଛନ୍ତି। ଦୁହିଁଙ୍କ ମଧ୍ୟରେ ଭଲ ବଣ୍ଡିଂ ରହିଛି। ଗମ୍ଭୀର ଏବଂ ମର୍କେଲଙ୍କ ଯୋଡିକୁ ଆଇପିଏଲରେ ଲକ୍ଷ୍ମୌ ସୁପର ଜିଆଣ୍ଟସରେ ଦେଖିବାକୁ ମିଳିଥିଲା।