ମସ୍କୋ: ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ବିରୋଧ କରିଥିବାରୁ ମସ୍କୋର କାଉନ୍ସିଲର ଆଲେକ୍ସାଇ ଗୋରିନୋଭଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କ୍ରାସନୋସେଲ୍ସ୍କାଏ ମ୍ୟୁନିସିପାଲିଟି ପରିଷଦର ୬୦ ବର୍ଷୀୟ ଗୋରିନୋଭ ନଗର ପରିଷଦ ବୈଠକରେ ମିଥ୍ୟା ତଥ୍ୟ ପ୍ରଚାର କରିଥିବା ଅଭିଯୋଗ ହୋଇଛି। ବୈଠକରେ ତାଙ୍କୁ ଯୁଦ୍ଧର ଆବଶ୍ୟକତା ଉପରେ ପ୍ରଶ୍ନ କରାଯାଇଥିବା ବେଳେ ସେ ରୁଷୀୟମାନଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଥିବା ସହ ରାଜନୈତିକ ଘୃଣା ସୃଷ୍ଟି କରୁଥିବା ରୁଷ୍ ସରକାର ଆରୋପ ଲଗାଇଛି। ଗୋରିନୋଭ ବୈଠକରେ ୟୁକ୍ରେନ୍ ପୀଡ଼ିତ ତଥା ପ୍ରାଣ ହରାଇଥିବା ଶିଶୁଙ୍କ ପାଇଁ ମଧ୍ୟ ଦୁଖଃ ପ୍ରକାଶ କରିଥିଲେ। ରୁଷ ସରକାରଙ୍କ ବିରୋଧରେ ମିଥ୍ୟା ଖବର ପ୍ରଚାର ତଥା ୟୁକ୍ରେନ ଆକ୍ରମଣର ନୂତନ ଆଇନ ଅନୁଯାୟୀ ଦୋଷୀକୁ ସର୍ବାଧିକ ୧୫ ବର୍ଷର କାରାଦଣ୍ଡର ନିୟମ କରାଯାଇଛି। ତେବେ ରୁଷ୍ ଯୁଦ୍ଧକୁ ବିରୋଧ କରି ଦଣ୍ଡାଦେଶ ଭୋଗିବାର ଏହା ପ୍ରଥମ ମାମଲା ଅଟେ।
ୟୁକ୍ରେନ୍ ଆକ୍ରମଣକୁ ବିରୋଧ କରି ୭ ବର୍ଷ ପାଇଁ ଜେଲ୍ ଗଲେ ମସ୍କୋ କାଉନ୍ସିଲର
/sambad/media/post_attachments/wp-content/uploads/2022/07/6sf4h6sf465fshfhssfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)