ଭାରତରେ ଏସ୍‌-୪୦୦ କ୍ଷେପଣାସ୍ତ୍ର ଉତ୍ପାଦନ ପାଇଁ ମସ୍କୋ ଓ ନୂଆଦିଲ୍ଲୀ ମଧ୍ୟରେ ଆଲୋଚନା: ରୋସ୍‌ଟେକ୍‌ ସିଇଓ

ମସ୍କୋ: ଭାରତରେ ଏସ୍‌-୪୦୦ ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ ଉତ୍ପାଦନ ଆରମ୍ଭ କରିବାକୁ ମସ୍କୋ ନୂଆଦିଲ୍ଲୀ ସହ ଆଲୋଚନା କରୁଛି ବୋଲି ରବିବାର ଦିନ ରୁଷ୍‌ର ରୋସ୍‌ଟେକ୍‌ ଷ୍ଟେଟ୍‌ କୋର୍ପୋରେସନ୍‌ର ସିଇଓ ସର୍ଗେଇ ଚେମେଜୋଭ୍‌ କହିଛନ୍ତି।

ସେ କହିଛନ୍ତି: ହଁ, ଆମେ ଏସ୍‌-୪୦୦ ଉତ୍ପାଦନ ସ୍ଥାନ ସଂକ୍ରାନ୍ତରେ ଭାରତ ସହ କଥାବାର୍ତ୍ତା କରୁଛୁ। ସୁ-୩୦ ଲଢୁଆ ଜେଟ୍‌ ଏବଂ ଟି-୯୦ କମାଣ ଭଳି ଅନେକ ବୈଷୟିକ ସାମଗ୍ରି ଉତ୍ପାଦନ ପାଇଁ ଭାରତ ଲାଇସେନ୍‌ସ୍‌ ହାସଲ କରି ସାରିଲାଣି।

ଆମେ ସେମାନଙ୍କ ଦେଶରେ ସେମାନଙ୍କ ବୈଜ୍ଞାନିକମାନଙ୍କ ସହ ମିଳିମିଶି ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ନିର୍ମାଣ କରିଛୁ ବୋଲି ଚେମେଜୋଭ୍‌ କହିଛନ୍ତି।

ଦ୍ୱିପାକ୍ଷିକ ସହଯୋଗ ବଢ଼ାଇବା ନିମନ୍ତେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଗତ ମାସରେ ରୁଷ୍‌ ଗସ୍ତ କରି ତାଙ୍କର ପ୍ରତିପକ୍ଷ ସର୍ଗେଇ ଲାଭରୋଭ୍‌ଙ୍କୁ ଭେଟି ଆଲୋଚନା କରିଥିଲେ।

ପାଞ୍ଚଟି ଏସ୍‌-୪୦୦ ଖରିଦ କରିବା ପାଇଁ ନୂଆଦିଲ୍ଲୀ ମସ୍କୋ ସହ ୫. ୪୩ ବିଲିୟନ୍‌ ଡଲାର୍‌ ଚୁକ୍ତି ସ୍ୱାକ୍ଷର କରିଛି।

ସମ୍ବନ୍ଧିତ ଖବର