ଆସନ୍ତା ସପ୍ତାହରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ 

ନୂଆଦିଲ୍ଲୀ :  ଆସନ୍ତା ସପ୍ତାହରୁ ଦକ୍ଷିଣ ପଶ୍ଚିମ ମୌସୁମୀ ରାଜସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ମୌସୁମୀ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ହୋଇଯାଇଛି । ପୂର୍ବରୁ ଆଇଏମଡି କହିଥିଲା ଯେ ସେପ୍ଟେମ୍ବର ୧୭ରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ । କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଏହା ବିଳମ୍ବିତ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁଥାଏ ଓ ସାଧାରଣତଃ ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ  ରାଜସ୍ଥାନରୁ ଲେଉଟିବା ଆରମ୍ଭ  କରେ । ସେପ୍ଟେମ୍ବରେ ସାଧାରଣ ବର୍ଷା ହୋଇ ଅକ୍ଟୋବର ଆରମ୍ଭ ବେଳକୁ ବର୍ଷା ନଥାଏ । କିନ୍ତୁ ଏଥର ବିଳମ୍ବରେ ମୌସୁମୀ ଆସିଥିଲା ଓ ଜୁନ-ଜୁଲାଇ ମାସରେ ସ୍ୱାଭାବିକଠାରୁ କମ ବର୍ଷା ହୋଇଥିଲା । କିନ୍ତୁ ଅଗଷ୍ଟ ବେଳକୁ ସ୍ଥିତିରେ ଉନ୍ନତି ଆସିଥିଲା । ଅଗଷ୍ଟ ମାସରେ ପ୍ରବଳ ବର୍ଷା ହୋଇଥିଲା ଓ କେତେକ ରାଜ୍ୟରେ ଅତିବୃଷ୍ଟି ହୋଇଥିଲା । ପ୍ରବଳ ବର୍ଷା କାରଣରୁ ଓଡ଼ିଶାର କେତେକ ଜିଲ୍ଲାରେ ବନ୍ୟା ଦେଖାଯାଇଥିଲା । କିନ୍ତୁ ସେପ୍ଟେମ୍ବରରେ ଏପର୍ଯ୍ୟନ୍ତ ଟିକିଏ କମ ବର୍ଷା ହୋଇଛି ।

 

ସମ୍ବନ୍ଧିତ ଖବର