ନୂଆଦିଲ୍ଲୀ: ରେଳ ଟ୍ରାକ୍ ପାର୍ଶ୍ୱରେ ଥିବା ମଶାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ମଶା ମାରିବା ଟ୍ରେନ୍ (ମଶା ଟର୍ମିନଟର୍ ଅନ୍ ହ୍ୱିଲ୍) ଚଳାଚଳ ଆରମ୍ଭ କରାଯାଇଛି । ଡେଙ୍ଗୁ, ଚିକୁନଗୁନିଆ ଏବଂ ମ୍ୟାଲେରିଆ ରୋକିବାକୁ ପ୍ରତିବର୍ଷ ରେଳ ପ୍ରଶାସନ ମ୍ୟୁନିସିପାଲିଟି କର୍ପୋରେସନ୍ ସହଯୋଗରେ ଟ୍ରାକ ପାର୍ଶ୍ୱରେ ଔଷଧ ଛିଞ୍ଚିବା ପାଇଁ ଏକ ସ୍ୱତନ୍ତ୍ର ମଶା ମାରିବା ଟ୍ରେନ୍ ଚଳାଯାଇଥାଏ। ଏଥର ମଧ୍ୟ ଏହି ଟ୍ରେନ୍ ଶୁକ୍ରବାର ଠାରୁ ଚଳାଚଳ ଆରମ୍ଭ କରିଛି । ଏହି ଟ୍ରେନଟି ନୂଆଦିଲ୍ଲୀ ଷ୍ଟେସନରୁ ଯାତ୍ରା ଆରମ୍ଭ କରି ଦିଲ୍ଲୀର ବିଭିନ୍ନ ଷ୍ଟେସନ ଓ ଏହାର ଆଖପାଖ ଅଂଚଳରେ ମଶା ମରା ଔଷଧ ସିଞ୍ଚନ କରିବ |
“Mosquito Terminator on Wheels” will cover a distance of 75 km aprox in each trip. This train has been envisaged to control & mitigate the menace of mosquitoes breeding in the burrow pits alongside railway tracks, as a measure to contribute towards public health.@RailMinIndia pic.twitter.com/YjWNT621M4
— Northern Railway (@RailwayNorthern) August 28, 2020
ଏହି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ୨୮ ତାରିଖରୁ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୨ ପର୍ଯ୍ୟନ୍ତ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ଦେଇ ଗତି କରିବ ବୋଲି ଉତ୍ତର ରେଳବାଇର ଜେନେରାଲ ମ୍ୟାନେଜର କହିଛନ୍ତି | ସେ କହିଛନ୍ତି ଯେ ରେଳ ଟ୍ରାକ୍ ପାର୍ଶ୍ୱରେ ଥିବା ଗର୍ତ୍ତରେ ବର୍ଷା ପାଣି ଜମିଯିବା ଦ୍ୱାରା ମଶା ବଢି଼ଥାନ୍ତି, ଯାହା ଦ୍ୱାରା ରୋଗ ବିସ୍ତାର ହେବାର ଆଶଙ୍କା ରହିଥାଏ।
ଏହାକୁ ଏଡାଇବା ପାଇଁ ଏହି ଟ୍ରେନ୍ ଚଳାଚଳ କରୁଛି | ଏଥିପାଇଁ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଦ୍ୱାରା ଏକ ଟ୍ରକ ଯୋଗାଇ ଦିଆଯାଇଛି ଯେଉଁଥିରେ ମଶା ମରା ଔଷଧ ସ୍ପ୍ରେ କରିବାକୁ ଯନ୍ତ୍ର ଲାଗିଛି | ଟ୍ରେନ୍ ପାଞ୍ଚ ସପ୍ତାହ ମଧ୍ୟରେ ସମୁଦାୟ ଦଶଥର ଯାତ୍ରା କରିବ ଏବଂ ଗୋଟିଏ ଥରରେ ପ୍ରାୟ ୭୫ କିଲୋମିଟର ଦୂରତା ଅତିକ୍ରମ କରିବ |