ନୂଆଦିଲ୍ଲୀ: ବହିର ମୂଲ୍ୟ ୧୫କୋଟି। ଏହି ଧାଡ଼ିଟି ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ହେଲେ ଏହା ସତ। ଏଥର ପାଟନା ପୁସ୍ତକ ମେଳାରେ ଏହି ପୁସ୍ତକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ଯାହାର ନାମ ରହିଛି 'ମୈଁ'। ରବିବାର ଆୟୋଜିତ ମେଳାର ସବୁଠାରୁ ବଡ଼ ଆକର୍ଷଣ ପାଲଟିଥିଲା ଏହି ବହି। ଦାବି କରାଯାଉଛି ଯେ, ଏହା ବିଶ୍ୱର ସବୁଠାରୁ ମହଙ୍ଗା ପୁସ୍ତକ। ଦାମ୍ ସହିତ ଏହାର ଲେଖା ପ୍ରକ୍ରିୟା ମଧ୍ୟ ଲୋକଙ୍କ କୌତୁହଳକୁ ବୃଦ୍ଧି କରିଛି।
କିଭଳି ଲେଖକ ଲେଖିଥିଲେ ବହି?
ଲେଖକ ରତ୍ନେଶ୍ୱରଙ୍କ କହିବା ମୁତାବକ, ସେ ବ୍ରହ୍ମମୁହୂର୍ତ୍ତ ସମୟରେ ମାତ୍ର ୩ ଘଣ୍ଟା ୨୪ମିନିଟରେ ଏହି ୪୦୮ ପୃଷ୍ଠାର ପୁସ୍ତକଟି ଲେଖିଥିଲେ। ୨୦୦୬ ମସିହା ସେପ୍ଟେମ୍ବର ୬-୭ ତାରିଖର ବ୍ରହ୍ମମୁହୂର୍ତ୍ତରେ ସେ ଏହି ବହିଟି ଲେଖିଥିଲେ। ଲେଖିବା ସମୟରେ, ସେ "ବ୍ରହ୍ମଲୋକ ଯାତ୍ରା" ଏବଂ ଆଧ୍ୟାତ୍ମିକ ଜାଗରଣ ଅନୁଭବ କରିଥିଲେ, ଯାହାକୁ ସେ ଶବ୍ଦରେ ପ୍ରକାଶ କରିଥିଲେ। ପୁସ୍ତକଟିରେ ମୋଟ ୪୩ଟି ଅଧ୍ୟାୟ ଅଛି ଏବଂ ଏହା ମଣିଷର 'ବିଶ୍ୱାସ କରିବାଠାରୁ ଜାଣିବା' ପର୍ଯ୍ୟନ୍ତ ଯାତ୍ରା ଉପରେ କେନ୍ଦ୍ରିତ ବୋଲି ଦାବି କରିଛନ୍ତି ଲେଖକ।
କାହାକୁ ଛୁଇଁବାକୁ ଦେଲେନି ଲେଖକ
ପୁସ୍ତକ ଉନ୍ମୋଚନ ସମୟରେ, ଲେଖକ ଏହାକୁ ପ୍ରଦର୍ଶନ କରିଥିଲେ ସତ, କିନ୍ତୁ କାହାକୁ ଏହାର ପୃଷ୍ଠା ଓଲଟାଇବାକୁ ଦେଇ ନଥିଲେ। ଏହା ଉପସ୍ଥିତ ଲୋକେ ଏବଂ ସାହିତ୍ୟ ପ୍ରେମୀଙ୍କ ମଧ୍ୟରେ ଅନେକ ଆଲୋଚନା ଆରମ୍ଭ କରିଦେଇଥିଲା। ଲୋକମାନେ ଜାଣିବାକୁ ଚାହୁଁଥିଲେ ଯେ, ୧୫କୋଟି ଟଙ୍କା ମୂଲ୍ୟର ଏହି ପୁସ୍ତକରେ କ’ଣ ଲେଖାଯାଇଛି ଯାହା ଏହାକୁ ଏତେ ଅନନ୍ୟ କରିଛି। କିନ୍ତୁ ଲେଖକ କାହାକୁ ଦେଖିବାକୁ ଦେଇ ନଥିଲେ।
ପୁସ୍ତକର ଲେଖକ ରତ୍ନେଶ୍ୱର କହିଛନ୍ତି ଯେ, ଏହି ପୁସ୍ତକ ତାଙ୍କର ଆଧ୍ୟାତ୍ମିକ ଅଭିଜ୍ଞତା, ଧ୍ୟାନର ଅବସ୍ଥା ଏବଂ ରାସଲୀଳାର କଥିତ ପ୍ରତ୍ୟକ୍ଷ ଅଭିଜ୍ଞତା ଉପରେ ଆଧାରିତ। ଏହି ପୁସ୍ତକ ଦୁଃଖର ଅନ୍ତ ଏବଂ ଈଶ୍ୱର ଦର୍ଶନର ପଥ ବ୍ୟାଖ୍ୟା କରେ।
ଆହୁରି ପଢ଼ନ୍ତୁ: Thailand-Cambodia Conflict: କାମ ଦେଲାନି ଟ୍ରମ୍ପଙ୍କ ଯୁଦ୍ଧବିରତି, ପୁଣି ମୁହାଁମୁହିଁ ହେଲେ କାମ୍ବୋଡିଆ-ଥାଇଲାଣ୍ଡ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/08/costliest-book-2025-12-08-16-39-29.jpg)