ନୂଆଦିଲ୍ଲୀ : ଡେଲ୍ଟା ପ୍ରଜାତି ଏବେ ସାରା ବିଶ୍ବର ଭୟ ବଢ଼ାଇଛି। ପ୍ରାୟ ୧୦୦ ରାଷ୍ଟ୍ରରେ ଏହି ସଂକ୍ରାମକ ପ୍ରଜାତି ଚିହ୍ନଟ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ମୁଖ୍ୟ ଟେଡ୍ରସ ଆଦନମ୍ ଏହା ମହାମାରୀର ଅତି ଖରାପ ସମୟ ବୋଲି କହିଛନ୍ତି। ପ୍ରେସ୍ ବିବୃତି ଜାରି କରି ଟେଡ୍ରସ୍ କହିଛନ୍ତି, ଭାରତରେ ସୃଷ୍ଟ ଡେଲ୍ଟା ପ୍ରଜାତି ଏବେ ମାଡ଼ି ଚାଲିଛି ଏବଂ ରୂପ ବଦଳାଉଛି। କରୋନାର ଏହା ସବୁଠୁ ପ୍ରଭାବଶାଳୀ ପ୍ରଜାତି ହୋଇଛି। ଟିକାକରଣ ହିଁ ମହାମାରୀର ଏଭଳି ଜଟିଳ ସମୟକୁ ଶେଷ କରିପାରିବ ବୋଲି ‘ହୁ’ ମୁଖ୍ୟ କହିଛନ୍ତି। ତେବେ ଆସନ୍ତାବର୍ଷ ଏହି ସମୟ ବେଳକୁ ସବୁ ଦେଶରେ ପ୍ରାୟ ୭୦ ପ୍ରତିଶତ ଲୋକ ଟିକା ନେଇଯାଇଥିବା ଉଚିତ ବୋଲି ଟେଡ୍ରସ୍ ପରାମର୍ଶ ଦେଇଛନ୍ତି। ମିଳିତ ଭାବେ କିଛି ରାଷ୍ଟ୍ର ଟିକାକରଣକୁ ତ୍ବରାନ୍ବିତ କରିବା ସହ ସବୁ ରାଷ୍ଟ୍ରରେ ଯଥେଷ୍ଟ ଟିକା ଅଛି କି ନା’ ତାହା ନିଶ୍ଚିତ କରିବା ଉଚିତ। ଟେଡ୍ରସ୍ କହିଛନ୍ତି, ବିଶ୍ବରେ ୩ ବିଲିଅନ୍ ଡୋଜ୍ ବଣ୍ଟାସରିଛି। କିନ୍ତୁ ଟିକାକରଣ ପ୍ରକ୍ରିୟାରେ ଅସମାନତା ଏବେ ବି ଏକ ଚିନ୍ତାଜନକ ବିଷୟ। ଯଦି କୌଣସି ରାଷ୍ଟ୍ର ନିଜର ଜନସଂଖ୍ୟାଙ୍କୁ ଟିକା ଦେବାରେ ବିଫଳ ହୁଏ ତେବେ ଏହା ସମସ୍ତଙ୍କ ପାଇଁ ଏକ ବିପଦ ହେବ। ସେପ୍ଟେମ୍ବର ସୁଦ୍ଧା ପ୍ରତି ରାଷ୍ଟ୍ରର ୧୦ ପ୍ରତିଶତ ଲୋକ, ଚଳିତ ବର୍ଷ ଶେଷ ସୁଦ୍ଧା ୪୦ ପ୍ରତିଶତ ଏବଂ ଆସନ୍ତାବର୍ଷର ମଧ୍ୟଭାଗରେ ୭୦ ପ୍ରତିଶତ ଲୋକ ଟିକା ନେଇଯିବା ଉଚିତ୍ ବୋଲି ଟେଡ୍ରସ୍ କହିଛନ୍ତି।
ମହାମାରୀର ଅତି ଗୁରୁତ୍ବପୂର୍ଣ୍ଣ ସମୟ: ‘ହୁ’
/sambad/media/post_attachments/wp-content/uploads/2021/07/who.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)