ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ କଂଗ୍ରେସ ଛାଡ଼ିବାକୁ ତୟାର ବୋଲି କହିଥିବା ବେଳେ ଆଜି ଏହି ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେଇ କହିଛନ୍ତି ଯେ କଂଗ୍ରେସ ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ ହୋଇଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ପଦ ମିଳିବା ଆବଶ୍ୟକ। ବିରୋଧୀ ମେଣ୍ଟ ୫ ବର୍ଷ ଶାସନ ଚଳାଇବାକୁ ହେଲେ ସବୁଠାରୁ ବଡ଼ ଦଳକୁ ସୁଯୋଗ ମିଳିବା ଉଚିତ ବୋଲି ସେ କହିଛନ୍ତି। କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବି ଉପସ୍ଥାପନ କରିବ ନାହିଁ ବୋଲି ଯାହା ପ୍ରଚାର ହେଉଛି ତାହା ସତ୍ୟ ନୁହେଁ ଏବଂ କଂଗ୍ରେସ ଏହି ପଦ ପାଇଁ ସ୍ବାଭାବିକ ଭାବେ ପ୍ରଥମ ପସନ୍ଦ ବୋଲି ସେ କହିଛନ୍ତି। ଗତକାଲି ଗୁଲାମନବୀ କହିଥିଲେ ଯେ ଆମକୁ ପ୍ରଧାନମନ୍ତ୍ରୀ ପଦ ନମିଳିଲେ ଆମେ ଏଥିପାଇଁ କୌଣସି ଦାବି ଜାହିର କରିବୁ ନାହିଁ। ତେବେ ଏହାକୁ ନେଇ ଦଳ ଅଡ଼ୁଆର ସମ୍ମୁଖୀନ ହେବାରୁ ଗୁଲାମନବୀ ତାଙ୍କର ବୟାନ ବଦଳାଇବାକୁ ବାଧ୍ୟ ହୋଇଥିବା କୁହାଯାଉଛି।
ସବୁଠାରୁ ବଡ଼ ଦଳକୁ ସୁଯୋଗ ମିଳିବା ଉଚିତ: ଗୁଲାମନବୀ
‘ପ୍ରଧାନମନ୍ତ୍ରୀ ପଦ’ ନେଇ କଂଗ୍ରେସର ୟୁ ଟର୍ଣ୍ଣ
/sambad/media/post_attachments/wp-content/uploads/2019/05/azad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)