ମହାରାଷ୍ଟ୍ର ପରେ ହରିୟାଣାରେ ଅଧିକାଂଶ ଶିଶୁ ସଂକ୍ରମିତ

ଗୁରୁଗ୍ରାମ୍‌: ମହାରାଷ୍ଟ୍ର ପରେ ଏବେ ହରିୟାଣାରେ ଅଧିକାଂଶ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି। ହରିୟାଣାରେ ମାର୍ଚ୍ଚ ୧୫ରୁ ଏପ୍ରିଲ ୧୧ ମଧ୍ୟରେ ୪୧,୩୨୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୦ ବର୍ଷରୁ କମ୍‌ ପ୍ରାୟ ୩,୪୪୫ ଶିଶୁ ଅଛନ୍ତି। ଏହା ମୋଟ୍‌ ସଂକ୍ରମଣ ମାମଲାର ୮ ପ୍ରତିଶତ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ପ୍ରଥମ ଲହରରେ ନଭେମ୍ବର ୫ରୁ ଡିସେମ୍ବର ୧୨ ମଧ୍ୟରେ ୧ ପ୍ରତିଶତରୁ କମ୍‌ ଶିଶୁ ସଂକ୍ରମିତ ହୋଇଥିଲେ। କିନ୍ତୁ ଦ୍ବିତୀୟ ଲହରରେ ଏହା ୮ ପ୍ରତିଶତରୁ ଅଧିକ ରହିଛି। ଗୁରୁଗ୍ରାମରେ ମାର୍ଚ୍ଚ ୧୮ ପରଠାରୁ ସଂକ୍ରମଣ ବୃଦ୍ଧି ହୋଇଛି। ଏଠାରେ ୦ରୁ ୧୦ ବର୍ଷ ମଧ୍ୟରେ ୪୯୭ ଶିଶୁ ସଂକ୍ରମିତ ହୋଇଛନ୍ତି। ଏହା ମୋଟ୍‌ ସଂକ୍ରମଣ ମାମଲାର ୫ ପ୍ରତିଶତ। ମାର୍ଚ୍ଚ ୧୫ରୁ ଏପ୍ରିଲ ୧୧ ମଧ୍ୟରେ ଏଠାରେ ମୋଟ୍‌ ସଂକ୍ରମଣ ମାମଲା ୯,୯୪୦ ଥିଲା। ଡାକ୍ତରମା‌ନେ କହିଛନ୍ତି, ଶିଶୁଙ୍କଠାରେ ସାଂଘାତିକ ଲକ୍ଷଣ ଦେଖାଦେଉଛି। କିଛି ଶିଶୁଙ୍କର ମଧ୍ୟ ପେଟରେ ଯନ୍ତ୍ରଣା ହେଉଛି ଏବଂ ଅଧିକାଂଶ ଶିଶୁଙ୍କ ଶ୍ବାସକ୍ରିୟାରେ ସମସ୍ୟା ଉପୁଜୁଛି।

ସମ୍ବନ୍ଧିତ ଖବର