ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଇସ୍ରାଏଲ-ହମାସ୍‌ ଯୁଦ୍ଧ ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି। ବାଇଡେନ କହିଛନ୍ତି, ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ୍‌ ପକ୍ଷରୁ ହୋଇଥିବା ଭୟଙ୍କର ଆକ୍ରମଣ ସହ ଅଧିକାଂଶ ପାଲେଷ୍ଟାଇନ ବାସିନ୍ଦାଙ୍କ କୌଣସି ସଂପର୍କ ନାହିଁ। ଆମେ ଏ ଦିଗରେ ମଧ୍ୟ ଗୁରୁତ୍ବାରୋପ କରୁଛୁ ଏବଂ ହମାସ୍‌ ପାଇଁ ଯନ୍ତ୍ରଣା ଭୋଗୁଥିବା ପାଲେଷ୍ଟିନୀୟଙ୍କ ପାଇଁ ସହାନୁଭୂତି ରଖୁଛୁ ବୋଲି ବାଇଡେନ କହିଛନ୍ତି।