ବ୍ରିଟେନରେ ଥିବା ଅଧିକାଂଶ ଶିଶୁଯୌନ ଅପରାଧୀ ପାକିସ୍ତାନୀ ବଂଶୋଦ୍ଭବ : ବ୍ରିଟିଶ ଗୃହ ସଚିବ

ଲଣ୍ଡନ : ଆତଙ୍କବାଦୀମାନଙ୍କ କାରଖାନା ବୋଲି ପାକିସ୍ତାନ ଏବେ ସାରା ବିଶ୍ୱରେ ବେଶ କୁଖ୍ୟାତ ହୋଇଯାଇଛି । ବିଶ୍ୱର ଅଧିକାଂଶ ଦେଶ ପାକିସ୍ତାନୀ ଲୋକଙ୍କୁ ଭିସା ପ୍ରଦାନ ପୂର୍ବରୁ ଅନେକ ଥର ଭାବୁଛନ୍ତି । କିନ୍ତୁ ଏବେ ପାକିସ୍ତାନୀମାନଙ୍କୁ ଆଉ ଏକ ପ୍ରମାଣପତ୍ର ମିଳିଯାଇଛି । ବ୍ରିଟେନରେ ହେଉଥିବା ଅଧିକାଂଶ ସଂଗଠିତ ଶିଶୁ ଯୌନ ଶୋଷଣ ଓ ଅପରାଧ ମାମଲା ପଛରେ ପାକିସ୍ଥାନୀ ବଂଶୋଦ୍ଭବ ଲୋକମାନେ ଅଛନ୍ତି ବୋଲି ବ୍ରିଟେନର ଗୃହ ସଚିବ ସାଜିଦ ଜାଭେଦ କହିଛନ୍ତି । ସବୁଠାରୁ ମଜାକଥା ହେଉଛି ସେ ନିଜେ ଜଣ ପାକିସ୍ତାନୀ ବଂଶୋଦ୍ଭବ ବ୍ରିଟିଶ ନାଗରିକ । ବିବିସିକୁ ଏକ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ଯେ ଶିଶୁ ଯୌନଅପରାଧୀଙ୍କ ମୂଳ ଜାତୀୟତାକୁ ଏଡେଇଯିବା ଅର୍ଥ ହେଉଛି ଏମାନଙ୍କୁ ପ୍ରେତ୍ସାହିତ କରିବା ।

ତେବେ ତାଙ୍କର ଏହି ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେବା ସତ୍ତ୍ୱେ ସେ ନିଜ ବୟାନରେ କାଏମ ରହିଛନ୍ତି । ଏପରି ଅପରାଧୀମାନଙ୍କୁ ପାକିସ୍ତାନ ପ୍ରତ୍ୟାର୍ପଣ କରିବାର ଅଧିକାର ବ୍ରିଟିଶ ସରକାରଙ୍କ ପାଖରେ ରହିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର