ପ୍ରେମ ସଂପର୍କ ଭାଙ୍ଗିବା ପରେ ଅଧିକାଂଶ ଦୁଷ୍କର୍ମ ମାମଲା ଦାଏର କରାଯାଉଛି : ଛତିଶଗଡ଼ର ମହିଳା ଆୟୋଗ ମୁଖ୍ୟ

ଭୋପାଳ: ଦେଶରେ ଅଧିକାଂଶ ଦୁଷ୍କର୍ମ ମାମଲା ପ୍ରେମ ସଂପର୍କ ଭାଙ୍ଗିବା ପରେ ହିଁ ଦାଏର କରାଯାଇଥାଏ। ଯେତେବେଳେ ପ୍ରେମ ସଂପର୍କରେ ଫାଟ ସୃଷ୍ଟି ହୁଏ ବା ଭାଙ୍ଗିଯାଏ, ସେତେବେଳେ ଅଧିକାଂଶ ମହିଳା ଦୁଷ୍କର୍ମ ମାମଲା ଦାଏର କରିଥାନ୍ତି ବୋଲି କହିଛନ୍ତି ଛତିଶଗଡ଼ର ମହିଳା ଆୟୋଗ ଅଧ୍ୟକ୍ଷା କିରଣମୟୀ ନାୟକ।

Rape country: No woman is safe in India - India Legal
India Legal

ତାଙ୍କ କହିବା ମୁତାବକ, ଅନେକ ସମୟରେ ମହିଳାମାନେ ନିଜ ପୁରୁଷ ବନ୍ଧୁଙ୍କ ସହ ପ୍ରେମ ସଂପର୍କ ରଖିବା ସହ ତାଙ୍କ ସହ ଶାରୀରିକ ସଂପର୍କ ରଖିଥାନ୍ତି। ଏମିତି କି ଲିଭ୍-ଇନରେ ମଧ୍ୟ ରହିଥାନ୍ତି। କିନ୍ତୁ କିଛି ଦିନ ରହିବା ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ମହିଳାମାନେ ବିଶେଷ କରି ନିଜ ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦ‌ାୟର କରିଥାନ୍ତି। ଏଭଳି ମାମଲା ଆସିଲେ ମୁଁ ଉଭୟ ପୁରୁଷ ଏବଂ ମହିଳାଙ୍କୁ ତାଗିଦ କରି ସଂପର୍କ ରଖିବା ପୂର୍ବରୁ ଭଲ ଭାବରେ ନିଜ ସାଥିଙ୍କ ବିଷୟରେ ଜାଣିବା ଜରୁରୀ ବୋଲି କହିଥାଏ।

ଏଥିସହ କିରଣମୟୀ ନାୟକ ଆହୁରି କହିଛନ୍ତି, ମୋର କହିବା କଥା ହେଲା ଯଦି ଆପଣଙ୍କ ବୟସ ୧୮ବର୍ଷରୁ କମ, ତେବେ ପ୍ରେମରେ ପଡ଼ନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କ ପରିବାର, ବନ୍ଧୁବାନ୍ଧବ ଏବଂ ଆପଣଙ୍କ ସମଗ୍ର ଜୀବନ ନଷ୍ଟ ହୋଇପାରେ। ଆଜିକାଲି ଏକ ନୂଆ ଧାରା ଆରମ୍ଭ ହୋଇଛି, ଯେଉଁଠି ପିଲାମାନେ ୧୮ବର୍ଷ ବୟସରେ ବିବାହ କରିନେଉଛନ୍ତି। କିନ୍ତୁ ପରେ ସେମାନଙ୍କର ପିଲାଛୁଆ ହେବାରୁ ସେମାନଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇପଡ଼ୁଛି।

ସମ୍ବନ୍ଧିତ ଖବର