ନୂଆଦିଲ୍ଲୀ : ଦିଲ୍ଲୀରେ ଆପ୍ର ସବୁଠୁ ଧନୀ ପ୍ରାର୍ଥୀ ଧର୍ମପାଳ ଲାକ୍ରା ଉତ୍ତର ପଶ୍ଚିମ ଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ମୁନ୍ଦକା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତିଛନ୍ତି। ଏହି ଆସନରେ ପୂର୍ବରୁ ମଧ୍ୟ ଆପ୍ର ବିଜୟ ହୋଇଥିଲା। ୨୦୧୫ ବିଧାନସଭା ନିର୍ବାଚନରେ ଆପ୍ର ସୁଖବୀର ସିଂହ ଏହି ଆସନରେ ବିଜୟୀ ହୋଇଥିଲେ। ତେବେ ଚଳିତ ନିର୍ବାଚନରେ ଆପ୍ ପକ୍ଷରୁ ବ୍ୟବସାୟୀ ଧର୍ମପାଳ ଲାକ୍ରାଙ୍କୁ ମୁନ୍ଦକାରୁ ପ୍ରାର୍ଥି କରାଯାଇଥିଲା। ୬୧ ବର୍ଷୀୟ ଲାକ୍ରା ହେଉଛନ୍ତି ସବୁଠୁ ଧନୀ ପ୍ରାର୍ଥୀ। ଲାକ୍ରାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨୯୨.୧ କୋଟି ଥିବା ସେ ଘୋଷଣା କରିଥିଲେ। ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩.୪ କୋଟି ଏବଂ ସ୍ଥାବର ସମ୍ପତ୍ତିର ମୂଲ୍ୟ ୨୮୮.୭ କୋଟି। ତାଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସେ ଘୋଷଣା କରିଥିଲେ।
ବିଜୟୀ ହେଲେ ଆପ୍ର ସବୁଠୁ ଧନୀ ପ୍ରାର୍ଥୀ ଧର୍ମପାଳ ଲାକ୍ରା
/sambad/media/post_attachments/wp-content/uploads/2020/02/Dharampal-Lakra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)