୨୯ ବର୍ଷ ପରେ ଧରାପଡ଼ିଲା ମୁମ୍ବାଇ ସିରିଅଲ୍ ବୋମା ବିସ୍ଫୋରଣ ଅଭିଯୁକ୍ତ ମୋଷ୍ଟ ଓ୍ଵାଣ୍ଟେଡ୍ ଅବୁ ବକର

ନୂଆଦିଲ୍ଲୀ: ଭାରତୀୟ ଗୁଇନ୍ଦା ଏଜେନ୍ସିଙ୍କୁ ମିଳିଛି ବଡ଼ ସଫଳତା। ଧରାପଡ଼ିଛି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଆବୁ ବକର। ୧୯୯୩ ମସିହାରେ ମୁମ୍ବାଇରେ ହୋଇଥିବା ସିରିଅଲ୍ ବୋମା ବିସ୍ଫୋରଣ ମାମଲାର ଅନ୍ୟତମ ଅଭିଯୁକ୍ତ ଅବୁ ବକର୍। ଦୀର୍ଘ ୨୯ ବର୍ଷ ପରେ ତାକୁ ଧରିବାକୁ ସକ୍ଷମ ହୋଇଛି ଭାରତ। ଭାରତୀୟ ଗୁଇନ୍ଦା ଏଜେନ୍ସିଙ୍କ ଗୁପ୍ତସୂଚନା ମୁତାବକ ତାକୁୂ ୟୁଏଇ କର୍ତ୍ତୃପକ୍ଷ ଅଟକ ରଖିଛନ୍ତି। ଜାତୀୟ ଗଣମାଧ୍ୟମରେ ଏ ସଂପର୍କିତ ଖବର ପ୍ରକାଶ ପାଇଛି।

ଖବର ଅନୁସାରେ ଧରାଯାଇଥିବା ଆତଙ୍କବାଦୀ ଅବୁ ବକରକୁ ୟୁଏଇ ଦେଇ ଭାରତ ଅଣାଯିବ। ଅବୁ ବକର୍ ପିଓକେରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣ ସହ ବିସ୍ଫୋରକ ବ୍ୟବହାର ତାଲିମ ଦେଉଥିଲା। ୧୯୯୩ ବିସ୍ଫୋରଣରେ ବ୍ୟବହାର କରାଯାଉଥିବା ଆରଡିଏକ୍ସ୍ ମୁମ୍ବାଇରେ ଆଣିବାରେ ସେ ସମ୍ପୃକ୍ତ ଥିଲା। ସେ ପାକିସ୍ତାନ ଓ ୟୁଏଇରେ ରହୁଥିବା ସୂଚନା ରହିଛି।

ଏହା ପୂର୍ବରୁ  ୨୦୧୯ ଫେବ୍ରୁଆରି ମାସରେ  ବି ଧରା ପଡିଥିଲା ବକର।  ତେବେ କେତେକ କାଗଜପତ୍ର ଉପସ୍ଥାପନ କରିବାରେ ବିଳମ୍ବ ହେତୁ ୟୁଏଇ ସରକାରଙ୍କ କବଜାରୁ  ନିଜକୁ ଖଲାସ୍ କରିବାକୁ ସକ୍ଷମ ହୋଇଥିଲା ସେ । ବର୍ତ୍ତମାନ ଭାରତୀୟ ଏଜେନ୍ସିମାନେ ତାକୁ ଭାରତ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଭାରତ ଅଣାଯିବା ପରେ ତା ବିରୋଧରେ ଭାରତୀୟ ଆଇନ୍ ଅନୁସାରେ ମୋକଦ୍ଦମା କରାଯିବ। ଆବୁ ବକର୍ ଦାଉଦର ଜଣେ ପ୍ରମୁଖ ସହଯୋଗୀ ଥିଲା।

ସମ୍ବନ୍ଧିତ ଖବର