କୁଖ୍ୟାତ ଅପରାଧୀ ବିକାଶ ଦୁବେ ଏବେ ବି ପୁଲିସ ପାଇଁ ଅପହଞ୍ଚ

ତାକୁ ମାରିଦିଅ: ବିକାଶର ମା’

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାନପୁର ସ୍ଥିତ ବିକ୍‌ରୁ ଗ୍ରାମରେ ଆଜି ୮ ଜଣ ପୁଲିସ କର୍ମୀଙ୍କୁ ହତ୍ୟା ମାମଲାରେ କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଏବେ ଖୋଜା ଚାଲିଛି। ବିକାଶକୁ ଠାବ କରିବା ପାଇଁ ୨୦ରୁ ଅଧିକ ପୁଲିସ ଟିମ୍‌ ନିୟୋଜିତ ହୋଇଛନ୍ତି । ତେବେ ରାତି ସୁଦ୍ଧା ବିକାଶକୁ ଧରିବାରେ ପୁଲିସ ସକ୍ଷମ ହୋଇନାହିଁ। ବିଭିନ୍ନ ଅପରାଧିକ କ‌ାଣ୍ଡ ଘଟାଇବାପାଇଁ ମୁଖ୍ୟତଃ ଯୁବକମାନଙ୍କୁ ନିଯୁକ୍ତି ଦେଉଥିଲା ବିକାଶ। ତେବେ ୮ ପୁଲିସଙ୍କୁ ହତ୍ୟା ମାମଲାରେ ବିକାଶର ମା’ କହିଛନ୍ତି, ରାଜନୀତି ତାଙ୍କ ପୁଅକୁ ନଷ୍ଟ କରିଦେଇଛି। ଏବେ ତାକୁ ମାରି ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ପିପିଏନ୍‌ କଲେଜ୍‌ରେ ସେ ପାଠ ପଢ଼ିଥିଲା। ଗ୍ରାମବାସୀ ଏବଂ ରାଜନୀତି ପାଇଁ ସବୁ ନଷ୍ଟ ହୋଇଗଲା। ରାଜନୀତି ତାକୁ ନଷ୍ଟ ହୋଇଗଲା ବୋଲି ବିକାଶର ମା’ କହିଛନ୍ତି।

ଦୁବେର ୨ ସହଯୋଗୀ ପୁଲିସ ଗୁଳିରେ ନିହତ
ଲକ୍ଷ୍ନୌ: କାନପୁର ବିକ୍‌ରୁ ଗ୍ରାମରେ ଅପରାଧୀ ବିକାଶ ଦୁବେ ବିରୋଧରେ ହୋଇଥିବା ଅପରେସନ୍‌ରେ ୮ ପୁଲିସ ପ୍ରାଣ ହରାଇବାର ମାତ୍ର କିଛି ଘଣ୍ଟାପରେ ବିକାଶର ୨ ଜଣ ଘନିଷ୍ଠ ସହଯୋଗୀ ଅନ୍ୟ ଏକ ଏକ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ପୂର୍ବ ଏନ୍‌କାଉଣ୍ଟର ସ୍ଥଳଠାରୁ ୬ କିମି ଦୂରରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ପୁଲିସ ଏନ୍‌କାଉଣ୍ଟରରେ ନିହତ ୨ ଜଣ ଅପରାଧୀ ହେଉଛନ୍ତି ଅତୁଲ ଦୁବେ ଏବଂ ପ୍ରେମ ପ୍ରକାଶ ପାଣ୍ଡେ। ଅନ୍ୟ ୩ ଜଣ ଏନ୍‌କାଉଣ୍ଟର ସ୍ଥଳରୁ ଖସି ପଳାଇବାରେ ସମର୍ଥ ହୋଇଥିବାରୁ ସେମାନଙ୍କୁ ଧରିବା ପାଇଁ ଚଢ଼ଉ ଚାଲିଛି।

ସମ୍ବନ୍ଧିତ ଖବର