ନୂଆଦିଲ୍ଲୀ: ଶିବପୁରୀ ଜିଲ୍ଲାରେ ବସବାସ କରୁଥିବା ୩ବର୍ଷର ଶିଶୁ ନିକଟରେ ନୂଆ ଜୀବନ ପାଇଛି। ୩ବର୍ଷର ଶିଶୁ ଖେଳୁଥିବା ବେଳେ ତାର ଆଖି ଭିତରେ ଏକ ଛୋଟପୋକ ପଶି ଯାଇଥିଲା। ଯାହା ବିଷୟରେ ଶିଶୁର ପରିବାରଲୋକ ଜାଣି ପାରି ନଥିଲେ। ପରେ ପୋକ ଶିଶୁର ଆଖି ଭିତରେ ଫଶି ଶିରାକୁ କାମୁଡ଼ି କାମୁଡ଼ି ଘା’ କରି ଦେଇଥିଲା। ଯନ୍ତ୍ରଣ‌ାରେ ଶିଶୁ ଆଖକୁ ଧରି କାନ୍ଦିବା ପରେ ତାକୁ ହସ୍ପିଟାଲ ନେଇ ଯାଇଥିଲେ ପରିବାରଲୋକ।

Advertisment

ଡାକ୍ତର ଶିଶୁର ଆଖି ପରୀକ୍ଷା କରିଥିଲେ। ଏହି ପରୀକ୍ଷା ରିପୋର୍ଟରେ ଶିଶୁର ଆଖି ଭିତରେ ଏକ ପୋକ ଥିବା ଡାକ୍ତର ଜାଣିବାକୁ ପାଇଥିଲେ। ଏହାପରେ ଡାକ୍ତର ପାଖାପାଖି ୧୫ ମିନିଟ ଧରି ଶିଶୁର ଆଖିର ଅସ୍ତ୍ରୋପଚାର କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଅସ୍ତ୍ରୋପଚାର ପରେ ଡାକ୍ତର ଶିଶୁର ଆଖି ଭିତରେ ପଶିଥିବା ପୋକକୁ ଜୀବିତ ଭାବେ ବାହାରକୁ ବାହାର କରିଥିଲେ।

ଏହି ଘଟଣାଟି ବସଇ ଗ୍ରାମର ଘଟିଛି। ଏଠାରେ ବସବାସ କରୁଥିବା ବୀରେନ୍ଦ୍ର ଆଦିବାସୀଙ୍କ ୩ବର୍ଷର ପୁଅ କୁଲଦୀପର ଆଖିରେ ଗତ ରାତିରେ ଏକ ପୋକ ପଶି ଯାଇଥିଲା। ପୋକ କୁଲଦୀପର ଆଖି ଭିତରେ ପଶି କାମୁଡ଼ିବାକୁ ଲାଗିଥାଏ। ଯଦ୍ବାରା ଶିଶୁକୁ ଯନ୍ତ୍ରଣା ହେବା ସହ ତାର ଆଖି ଭିତରୁ ରକ୍ତ ବ‌ାହାରିଥିଲା।

କୁଲଦୀପର ଆଖିରୁ ରକ୍ତ ବ‌ାହାରିବା ଦେଖି ତା’ର ବାପା ଓ ମା’ ଭୟଭୀତ ହୋଇଯାଇଥିଲେ। କ’ଣ କରିବେ ପୁଅର ଏ କି ଅବସ୍ଥା ହେଲା କିଛି ବୁଝି ନପାରି ଚିକିତ୍ସା ପାଇଁ ଡାକ୍ତରଖାନା ନେଇ ଯାଇଥିଲେ। ଡାକ୍ତର ସେଠାରେ ଶିଶୁର ଆଖି ପରୀକ୍ଷା କରିଥିଲେ। ଆଖି ପରୀକ୍ଷା ପରେ ଶିଶୁ ଆଖିରେ ଏକ ପୋକ ପଶି ଯାଇଛି, ଯାହାକୁ ଅସ୍ତ୍ରୋପଚାର ଦ୍ବାରା ବାହାର କରାଯିବ ବୋଲି ଡାକ୍ତର କୁଲଦୀପଙ୍କ ବାପା ଓ ମା’ଙ୍କୁ କହିଥିଲେ। ଅସ୍ତ୍ରୋପଚାର ନକଲେ ପୋକ ଭିତରେ ରହି ଘା’କୁ ବଢ଼ାଇ ଚାଲିବ। ଯାହାକି ଶିଶୁର ଜୀବନ ପ୍ରତି ବି ବପଦ ରହିଛି। ୧୫ ମିନିଟର ଅସ୍ତ୍ରୋପଚାର ପରେ ଶିଶୁ ସୁସ୍ଥ ଅଛି। କିଛିଦିନ ଔଷଧ ଖାଇବା ପରେ ତାର ଆଖି ଭଲ ହୋଇଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇ କହିଛନ୍ତି।