ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅଧିକାରିକ ଆବାସ ନିକଟରେ ନବଜାତ ଶିଶୁକୁ ଛାଡ଼ି ଫେରାର ହୋଇଯାଇଥିବା ମା’କୁ ଏପରି କାବୁ କଲା ପୁଲିସ

ଶିମଲା: ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଅଧିକାରିକ ଆବାସ ‘ଓକଓଭର’ ନିକଟରେ ଜଣେ ଅବିବାହିତ ମା’ ନିଜର ନବଜାତ ଶିଶୁକୁ ଛାଡ଼ି ଫେରାର ହୋଇଯାଇଥିଲେ। ଘଟଣା ଘଟିବାର କିଛି ସମୟ ମଧ୍ୟରେ ଉକ୍ତ ମହିଳାଙ୍କୁ କାବୁ କରାଯାଇପାରିଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ପୁଲିସ ରାସ୍ତାରେ ପଡ଼ିଥିବା ରକ୍ତଦାଗରୁ ମହିଳାଙ୍କ ସୂଚନା ପାଇବାରେ ସଫଳ ହୋଇଥିଲା। ଗତ ଶନିବାର ଉକ୍ତ ମହିଳା ଜଣକ କମଲା ନେହେରୁ ହସ୍ପିଟାଲ ନିକଟରେ ନବଜାତ ଶିଶୁକୁ ଛାଡ଼ି ଦେଇ ଚାଲି ଯାଇଥିଲେ। ଏହି ଘଟଣାଟି ହିମାଞ୍ଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଆବାସର ଅତି ନିକଟରେ ଘଟିଥିବା କୁହାଯାଉଛି।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣେ ସଦସ୍ୟ ପରିତ୍ୟକ୍ତ ନବଜାତ ଶିଶୁର କାନ୍ଦ ସ୍ବର ଶୁଣିଥିଲେ। ସେ ଶିଶୁଟି ପାଖକୁ ଯିବା ସହିତ ପୁଲିସକୁ ଖବର ଦେଇଥିଲେ। ଛୋଟା ଶିମଲା ପୁଲିସ ଥାନାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଇନ୍ଦିରାଗାନ୍ଧି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଚିକିତ୍ସା ପରେ ଶିଶୁଟି ବିପଦ ମୁକ୍ତ ରହିଛି। ନବଜାତ ଶିଶୁକୁ ଛାଡ଼ି ଫେରାର ହେବାର ୫ଘଣ୍ଟା ମଧ୍ୟରେ ତାର ମା’ଙ୍କୁ ପୁଲିସ କାବୁ କରି ନେଇଥିଲା। ମହିଳାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ  ଅନୁଯାୟୀ ଧାରା ୩୧୭ରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର