ଆଗ୍ରା: ବ୍ୟାଗ୍‌ ଚୋରାଇ ନେଇଥିବା ଜଣେ ଚୋରକୁ ଗୋଡ଼ାଉଥିବା ବେଳେ ଶନିବାର ଦିନ ତ୍ରିବେନ୍ଦ୍ରମ୍‌ ଏକ୍ସ୍‍ପ୍ରେସ୍‌ରୁ ଜଣେ ମହିଳା ଓ ତାଙ୍କ ଝିଅ ମଥୁରାରେ ରେଳ ଧାରଣାରେ ପଡ଼ି ଟ୍ରେନ୍‌ ଚାପାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଭୋର୍‌ ୪ଟା ବେଳେ ବୃନ୍ଦାବନ ରୋଡ୍‌ ଷ୍ଟେସନ୍‌ ଠାରେ ଚୋର ଚେନ୍‌ ଟାଣି ଗାଡ଼ିରୁ ପଳାଇବା ବେଳେ ପଶ୍ଚିମବଙ୍ଗର ଦୁର୍ଗାପୁର ବାସିନ୍ଦା ୪୫ ବର୍ଷୀୟ ମୀନା ଦେବୀ ଏବଂ ତାଙ୍କ ଝିଅ ୨୧ ବର୍ଷୀୟ ମନୀଷାଙ୍କ ନିଦ ଭାଙ୍ଗିଥିଲା। ତାଙ୍କ ବ୍ୟାଗ୍‌ ଚୋରି ହୋଇଥିବା ଜାଣିବା କ୍ଷଣି ମାଆ ମୀନା ଦେବୀ ଓ ଝିଅ ମନୀଷା ଚୋରକୁ ଗୋଡ଼ାଇ ଯିବାବେଳେ ଟ୍ରେନ୍‌ରୁ ତଳକୁ ଖସି ପଡ଼ିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ମୀନା ଦେବୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ବେଳେ ମନୀଷାଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା।