ନୂଆଦିଲ୍ଲୀ: କୋଭିଡ୍-୧୯ଦ୍ବାରା ସଂକ୍ରମିତ ହୋଇଯିବା ଆଶଙ୍କାରେ ତାମିଲ୍ନାଡୁର ମଦୁରାଇରେରେ ଜଣେ ୨୩ ବର୍ଷୀୟ ଯୁବତୀ ଏବଂ ତାଙ୍କ ୩ ବର୍ଷିୟ ପୁଅ ବିଷଖାଇ ଜୀବନ ହାରିଥିବା କୁହାଯାଉଛି।
ପ୍ରାପ୍ତ ସୂଚନା ଅନୁସାରେ, ସଂକ୍ରମଣ ଆଶଙ୍କାରେ ମୃତା ଯୁବତୀଙ୍କ ମାଆ ଓ ଭାଇଙ୍କ ସମେତ ଉକ୍ତ ପରିବାରର ପ୍ରାୟ ୫ଜଣ ସଦସ୍ୟ ବିଷ ଖାଇଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ୩ଜଣ ବଞ୍ଚିଯାଇଥିବା ବେଳେ ଉପରୋକ୍ତ ଯୁବତୀ ଏବଂ ତାଙ୍କ ୩ ବର୍ଷିୟ ପୁଅକୁ ପୁଲିସ ମୃତାବସ୍ଥାରେ ପାଇଛି।
/sambad/media/post_attachments/wp-content/uploads/2022/01/death1.jpg)
ପୂର୍ବରୁ ମୃତ ଯୁବତୀ ଜ୍ୟୋତିକାଙ୍କ ମାଆ ଲକ୍ଷ୍ମୀଙ୍କ ଦିନ ମଜୁରିଆ ସ୍ବାମୀ ନାଗରାଜ ଗତ ଡିସେମ୍ବର ମାସରେ ସ୍ବଭାବିକ କାରଣରୁ ମୃତ୍ୟୁ ବରଣ କରିଥିଲେ। ତାଙ୍କ ମୃତ୍ୟୁ ପରିବାରକୁ ଖୁବ୍ ପ୍ରଭାବିତ କରିଥିଲା। ତାଙ୍କ ଝିଅ ଜ୍ୟୋତିକା ମଧ୍ୟ ସ୍ବାମୀଙ୍କ ଠାରୁ ପୃଥକ୍ ହୋଇ ମାଆଙ୍କ ପାଖରେ ରହୁଥିଲେ। ଜାନୁଆରି ୮ ତାରିଖରେ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଜାଣିବା ପରେ ଜ୍ୟୋତିକା ଏ କଥା ମାଆ ଲକ୍ଷ୍ମୀଙ୍କୁ ଜଣାଇଥିଲେ। କାଳେ ପରିବାରର ସମସ୍ତଙ୍କୁ କୋଭିଡ୍ ହୋଇଯିବ, ଏହି ଆଶଙ୍କାରେ ସମସ୍ତେ ବିଷ ଖାଇଦେଇଥିଲେ।
ପରଦିନ ପଡ଼ୋଶୀମାନଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେ ପରିବାରର ୩ଜଣଙ୍କ ସରକାରୀ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ, ଘଟଣାସ୍ଥଳରେ ପୁଲିସ ପହଞ୍ଚିଲା ବେଳକୁ ଜ୍ୟୋତିକା ଏବଂ ତାଙ୍କ ପୁଅ ମରି ସାରିଥିଲେ।
ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।