ଛେଳିକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ ଓ ପୁଅର ଜୀବନ

ନୂଆଦିଲ୍ଲୀ: ବିହାରର ମୋତିହାରୀରେ ଏକ ଛେଳିକୁ ବଞ୍ଚାଇବା ପାଇଁ ମା’ ଓ ପୁଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଚାକିଆ ପୁଲିସ ଷ୍ଟେସନ ପୁରନ ଛାପା ବଜାରରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଏହି ଅଞ୍ଚଳରେ ଥିବା ଏକ କେନାଲରେ ମା’ ଓ ପୁଅ ବୁଡ଼ି ଯିବାରୁ ଏକାଠି ଦୁହିଁଙ୍କ ମୃତ୍ୟୁ ହୋଇଛି। ମୃତ ମା’ ପୁଅ ହେଉଛନ୍ତି ପୁରନ ଚାପରା ଗ୍ରାମରେ ବସବାସ କରୁଥିବା ଫୁଲ ମହମ୍ମଦଙ୍କ ପତ୍ନୀ ଅଲିଭ ଖଟୁନ (୫୦) ଏବଂ ତାଙ୍କ ପୁଅ ହାସିମ ଅଲି (୧୮) ।

ମିଳିଥିବା ସୂଚନା ଅନୁଯାୟୀ, ମା’ ପୁଅ ଦୁହେଁ କେନାଲ କୂଳରେ ଛେଳି ଚରାଉଥିଲେ। ଏହି ସମୟରେ ଗୋଟିଏ ଛେଳି କେନାଲ ଭିତରକୁ ପଶି ଯାଇଥିଲା। ଛେଳିକୁ ପାଣି ଭିତରୁ ଉଦ୍ଧାର କରିବା ପାଇଁ ପୁଅ ହାସିମ ସଙ୍ଗେସଙ୍ଗେ କେନାଲ ପାଣିକୁ ‌ଡେଇଁ ପଡ଼ିଥିଲା। କେନାଲର ସ୍ରୋତରେ ପୁଅ ନିଜ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ଭାସି ଯାଉଥିବା ଦେଖି ମା’ ବି ପାଣି ଭିତରକୁ ଡେଇଁ ପଡ଼ିଥିଲା।

Pune: Couple jumps into canal to save drowning son; mother dies, father missing | Cities News,The Indian Express
The Indian Express

ଫଳରେ କେନାଲ ପାଣିରେ ମା’ ପୁଅ ଦୁହେଁ ଭାସି ଯାଇଥିଲେ। ଉଭୟ ମା’ ଓ ପୁଅ ବୁଡ଼ିଯିବା ଖବର ଶୁଣିବା ପରେ ଗ୍ରାମବାସୀ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ସେତେବେଳକୁ କିନ୍ତୁ ମା’ ଅଲିଭ ଓ ପୁଅ ହାସିମର ମୃତ୍ୟୁ ହୋଇଯାଇଥିଲା। ଗ୍ରାମବାସୀମାନେ କୌଣସି ପ୍ରକାରେ କେନାଲ ପାଣିରୁ ଉଭୟଙ୍କ ମୃତଦେହକୁ ବାହାର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରି ମୋତିହାରୀକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର