ହରଦୋଇ: 'ହାତ ଯୋଡୁଛି, ମେଡିକାଲର କବାଟ ଖୋଲ, ମୋ ମାକୁ ଟିକେ ଦେଖ' କିଛି ଏଭଳି ଆକୁଳ ନିବେଦନ କରୁଥିଲେ ଜଣେ ପୁଅ | ତାଙ୍କ ଆଖିର ଲୁହରେ ହସ୍ପିଟାଲ ବାରଣ୍ଡା ଭିଜିଥିଲା ସତ, କିନ୍ତୁ ଖୋଲିନଥିଲା ମେଡିକାଲର ଦ୍ୱାର | ଯାହାଫଳରେ ପୁଅର କୋଳରେ ହିଁ ଗୁରୁତର ଆହତ ହୋଇଥିବା ମା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଉତ୍ତରପ୍ରଦେଶର ହରଦୋଇରେ କିଛି ଏଭଳି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିପର୍ଯ୍ୟସ୍ତ ଅବସ୍ଥା ବାବଦରେ ଭାବିବାକୁ ବାଧ୍ୟ କରିଛି |
ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ହରଦୋଇରେ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରର କବାଟ ଖୋଲି ନଥିଲା ଏବଂ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଥିଲା। କେହି ଜଣେ ଭିଡିଓ ତିଆରି କରି ଏହାକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ, ଯାହା ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍ୱାସ୍ଥ୍ୟ କେନ୍ଦ୍ର ବାରଣ୍ଡାରେ ପଡ଼ିଥିବା ଜଣେ ଯୁବକ ସ୍ୱାସ୍ଥ୍ୟ କେନ୍ଦ୍ରର କବାଟ ଖୋଲିବା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି | ଏହି ମାମଲାଟି ଜୁନ ୩୦ ତାରିଖର ବୋଲି ଜଣାପଡିଥିବାବେଳେ ୬୨ ବର୍ଷୀୟ ମା ଓ ପୁଅ ସୋନୁ ସିଂହ ନିକଟସ୍ଥ ଚତରଖା ଗାଁର ଥିଲେ |
**Heart Wrenching
UP Failed State
In Hardoi, the son screaming when the mother did not get treatment but no one was present & mother d¡ed
Mother was suffering, Son Cried for help at the Sawaijpur Community Health Center in Hardoi But No one came for helppic.twitter.com/SJM69Qkr6M— زماں (@Delhiite_) July 4, 2020
ସେମାନେ ବାଇକରେ ଯିବାବେଳେ ଆଉ ଜଣେ ବାଇକ ଆରୋହୀ ସେମାନଙ୍କୁ ଜୋରରେ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଏହି ଦୁର୍ଘଟଣାରେ ବୃଦ୍ଧ ମହିଳା ଆହତ ହୋଇଥିଲେ। ତା’ପରେ ତାଙ୍କ ପୁଅ ଆମ୍ବୁଲାନ୍ସକୁ ଡାକିଥିଲେ, କିନ୍ତୁ ଆମ୍ବୁଲାନ୍ସ ଆସି ନଥିଲା। ଏହା ପରେ ଯୁବକ ଜଣକ ତାଙ୍କ ମାଆକୁ କୋଳରେ ନେଇ ଡାକ୍ତରଖାନାକୁ ଚାଲି ଚାଲି ଯାଇଥିଲେ । କିନ୍ତୁ ମେଡିକାଲ ଖୋଲ ନଥିବାରୁ ତାଙ୍କ ମାଙ୍କର ମୃତ୍ୟୁ ହୋଇଯାଇଥିଲା | ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ କମ୍ୟୁନିଟି ସେଣ୍ଟର ବନ୍ଦ ହେବାପରେ ରୋଗୀ ସେଠାରେ ପହଞ୍ଚିଥିଲେ |