କାକିନାଡା: ଭାରତୀୟ ସଂସ୍କୃତିରେ ଅତିଥିମାନଙ୍କୁ 'ଅତିଥି ଦେବୋ ଭବ' ବୋଲି କୁହାଯାଇଥାଏ। କାରଣ ଭାରତୀୟମାନେ ଅତିଥିମାନଙ୍କୁ ଭଗବାନ ଭାବରେ ବିବେଚନା କରିଥାନ୍ତି। କୁହାଯାଏ ଯେ ଯଦି ଅତିଥିମାନଙ୍କ ସତ୍କାର କରାଯାଏ ତେବେ ପୁଣ୍ୟ ମିଳେ।

Advertisment

ଏପରିସ୍ଥଳେ ଯଦି ଅତିଥି ଘରର ଜ୍ବାଇଁ, ତେବେ ତାଙ୍କୁ ସ୍ବାଗତ ସତ୍କାରରେ କେହି ଅଣଦେଖା କରି ନ ଥାନ୍ତି। ଏଭଳି ଗୋଟିଏ ଘରର ଏକ ଚକିତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶାଶୂ ଝିଅଜ୍ବାଇଁଙ୍କୁ ସ୍ୱାଗତ କରିବା ପାଇଁ ବଡ଼ ପ୍ରସ୍ତୁତି କରିଥିଲେ ଯେ ଜ୍ୱାଇଁଙ୍କ ଆଖିରୁ ଖୁସିରେ ଲୁହ ଝରିବାରେ ଲାଗିଥିଲା।

ଭିଡିଓରେ ଦେଖିବାକୁ ମିଳୁଛି ଜ୍ବାଇଁଙ୍କୁ ସ୍ୱାଗତ କରିବା ପାଇଁ ଏକ ବଡ଼ ଟେବୁଲ ଉପରେ ସମସ୍ତ ଖାଦ୍ୟ ପାତ୍ର କିପରି ସଜାଯାଇଛି। ଅଧିକନ୍ତୁ, ପତ୍ନୀଙ୍କ ଭାଇମାନେ ଜ୍ୱାଇଁକୁ ସମ୍ମାନର ସହ କାନ୍ଧେଇ ନେଇ ଏକ ଚେୟାରରେ ବସାଇ ତାଙ୍କ ଭୋଜନ କରିବାକୁ ଅନୁରୋଧ କରୁଛନ୍ତି।

ଭିଡିଓରେ ଦେଖାଯାଉଛି, ଟେବୁଲରେ ଆଇସକ୍ରିମ୍, ୪୦ ପ୍ରକାରର ଭାତ, ୨୦ ପ୍ରକାର ରୁଟି, ୪୦ ପ୍ରକାର ତରକାରୀ, ୪୦ ପ୍ରକାର ଭଜା, ୧୦୦ ପ୍ରକାରର ମିଠା ଏବଂ ୨୦ ପ୍ରକାରର ଜୁସ୍ ଏବଂ କୋଲ୍ଡ ଡ୍ରଙ୍କ୍ସ ଅଛି ।

View this post on Instagram

A post shared by kusdhar (@kus_dhar)

ଏହି ଭିଡିଓ ଇନଷ୍ଟାଗ୍ରାମ ପେଜ୍ @kus_dar ରୁ ସେୟାର କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଆନ୍ଧ୍ରପ୍ରଦେଶର କାକିନାଡାଠାରେ ଘଟିଛି। ବାସ୍ତବରେ ଏହି ଦମ୍ପତି ଏକ ବର୍ଷ ପୂର୍ବରୁ ବିବାହ କରିଥିଲେ।

ଜ୍ବାଇଁ ପ୍ରଥମ ଥର ପାଇଁ ଶ୍ରାବଣରେ ତାଙ୍କ ପତ୍ନୀଙ୍କ ଘରକୁ ଆସିଥିଲେ। ସେଥିପାଇଁ ତାଙ୍କୁ ଏତେ ଭଲ ଭାବେ ସ୍ୱାଗତ କରାଯାଇଥିଲା। ଏପର୍ଯ୍ୟନ୍ତ ୨୯ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି ଏବଂ ଅନେକ ଲୋକ ଏହା ଉପରେ ବିଭିନ୍ନ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।