ଏହି କାରଣରୁ ନିଜ ସାଢେ ତିନି ବର୍ଷର ଝିଅକୁ ହତ୍ୟା କଲେ ମହିଳା

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଆଜି ଏକ ଲୋମହର୍ଷକ ହତ୍ୟାକାଣ୍ଡ ଘଟିଯାଇଛି | ଜଣେ ମହିଳା ନିଜର ସାଢେ ତିନି ବର୍ଷର ରୋଗୀଣା ଶିଶୁକୁ ହତ୍ୟା କରିଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ବେଙ୍ଗାଲୁରୁରେ ଜଣେ ୩୫ ବର୍ଷ ବୟସ୍କା ମହିଳା ନିଜର ସାଢେ ତିନି ବର୍ଷର ଅଟିଷ୍ଟିକ୍ ଝିଅକୁ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ମହିଳା ଜଣକ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ମହିଳାଙ୍କର ଯାଆଁଳା ଝିଅ ଥିଲେ, ଦୁହେଁ ଅଟିଷ୍ଟିକରେ ପୀଡିତ ଥିଲେ | ମହିଳାଙ୍କ କହିବା ମୁତାବକ ଦୁହିଁଙ୍କ ମଧ୍ୟରୁ ଜଣେ ସାମାନ୍ୟ ଅଟିଷ୍ଟିକ୍ ହୋଇଥିବାବେଳେ ଅନ୍ୟଜଣଙ୍କର ଗୁରୁତର ଅଟିଜିମ୍ ଥିଲା । କୁହାଯାଉଛି ଯେ ଅଭିଯୁକ୍ତ ମହିଳା ସେମାନଙ୍କ ଝିଅମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିଲେ, ଆଉ ସେଥିପାଇଁ ସେ ହତ୍ୟା କରିଥିଲେ | ପୁଲିସର ସୂଚନାନୁସାରେ ଗୁରୁବାର ଦିନ ମହିଳା ଜଣକ ତାଙ୍କ ଝିଅର ଗଳା ଚିପି ହତ୍ୟା କରିଥିଲେ।

ଏହି ହତ୍ୟାକାଣ୍ଡ ପରେ ସେ ସୁବ୍ରମଣ୍ୟମ ନଗର ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ‘ପଚରାଉଚରା ବେଳେ ମହିଳା ଜଣକ କହିଥିଲେ ଯେ ତାଙ୍କ ଝିଅ ଭବିଷ୍ୟତରେ କିପରି ଏହି ଅବସ୍ଥାରେ ରହିବେ ସେଥିପାଇଁ ସେ ଚିନ୍ତିତ ଥିଲେ ଏବଂ ତେଣୁ ସେ ତାଙ୍କ ଝିଅଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଗତ କିଛି ମାସ ହେବ ସେ ଡିପ୍ରେସନରେ ଥିଲେ । ହତ୍ୟା ମାମଲା ରୁଜୁ କରାଯାଇ ମହିଳାଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି। ପୋଷ୍ଟମର୍ଟମ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ କହିଛି। ମହିଳାଙ୍କ ସ୍ୱାମୀ ବିଦେଶରେ କାମ କରନ୍ତି।

ସମ୍ବନ୍ଧିତ ଖବର