ଛୁଆକୁ ନେଇ ଘରୋଇ କ୍ଳିନିକରେ ମାଆ ମାଙ୍କଡ଼

ପାଟନା: ବିହାରର ସାସାରାମଠାରେ ଥିବା ଏକ ଘରୋଇ କ୍ଳିନିକକୁ ଚଳିତ ସପ୍ତାହରେ ଦୁଇଜଣ ଅପ୍ରତ୍ୟାଶିତ ରୋଗୀ ଆସିଥିଲେ- ଗୋଟିଏ ଆହତ ମାଈ ମାଙ୍କଡ଼ ଓ ତା’ର ଛୁଆ। ଏହାର ଏକ ଭାଇରାଲ ଭିଡିଓ କ୍ଲିପ୍‌ରୁ ଦେଖିବାକୁ ମିଳୁଛି ଯେ ମାଈ ମାଙ୍କଡ଼ଟି ତା’ ଛୁଆକୁ ଛାତିରେ ଧରି ଶାହଜୁମା ଅଞ୍ଚଳରେ ଥିବା ଡା. ଏସ୍‌.ଏମ୍. ଅହମଦଙ୍କ କ୍ଳିନିକରେ ଚିକିତ୍ସିତ ହେଉଛି। ରିପୋର୍ଟ ଅନୁସାରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ମାଙ୍କଡ଼ ମା’-ଛୁଆ କ୍ଳିନିକରେ ପ୍ରବେଶ କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ମାଆ ମାଙ୍କଡ଼ଟି ଆହତ ହୋଇଥିଲା। ସେ ଛୁଆକୁ ଧରି କ୍ଳିନିକ ଦୁଆରମୁହଁକୁ ଆସିବା ପରେ ଡା. ଅହମଦ ତାକୁ ଭିତରକୁ ଆସିବାକୁ ଇଙ୍ଗିତ କରିଥିଲେ। ପାତିମାଙ୍କଡ଼ଟି ଡାକ୍ତରଙ୍କ ସଂକେତକୁ ବୁଝି ବେଞ୍ଚ ଉପରେ ଚଢ଼ିଯାଇ ନିଜ ଘାଆକୁ ଦେଖାଇଥିଲା। ତା’ର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତା’ ଛୁଆର ଗୋଡ଼ରେ କ୍ଷତ ହୋଇଥିଲା। ଡାକ୍ତର ଅହମଦ ରୋଗୀଦ୍ବୟଙ୍କୁ ଟିଟାନସ ଇଂଜେକ୍ସନ ଦେବା ସହ ଘାଆରେ ମଲମ ଲଗାଇଦେଇଥିଲେ।

ସମ୍ବନ୍ଧିତ ଖବର