ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡ ପାଇବାକୁ ଘୋଷଣା ହୋଇଥିବା ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ନିର୍ଭୟାଙ୍କ ମା’ କହିଛନ୍ତି କି ସେ ବହୁତ ଖୁସି ଅଛନ୍ତି ଓ ଅଦାଲତଙ୍କ ଏହି ନିଷ୍ପତ୍ତିକୁ ସେ ସମ୍ମାନ ଦେଉଛନ୍ତି। ଦୋଷୀକୁ ବହୁତ ସମୟ ମିିଳିଲା, ଆଉ ନୁହେଁ। ଆଜି ହିଁ ସେମାନଙ୍କର ଡେଥ୍ ଓ୍ଵାରେଣ୍ଟି ଜାରି ହେବା ଦରକାର।’
/sambad/media/post_attachments/wp-content/uploads/2019/12/dc-Cover-p9q5co22nq0kstmevpte21sh73-20191207101743.Medi_.jpeg)
ଏପଟେ ନିର୍ଭୟାଙ୍କ ବାପା କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ ଶୁଣାଣିକୁ କେବଳ ଅପେକ୍ଷା ରହିଥିଲା। ବହୁଦିନ ହେଲାଣି ଏହି ଦିନକୁ ହିଁ ଆମ୍ଭମାନଙ୍କ ଅପେକ୍ଷା ରହିଥିଲା। କିନ୍ତୁ ଏବେ ମୁଁ ଖୁସି ନାହିଁ। ଦୋଷୀ ଯେଉଁ ଦିନ ଦଣ୍ଡ ପାଇବ, ସେହି ଦିନ ହିଁ ମୁଁ ଜାଣିବି ମୋ ଝିଅର ଆତ୍ମକୁ ଶାନ୍ତି ମିଳିଲା। ସେହି ଦିନ ଯାଇ ମୁଁ ଖୁସି ହେବି।’
/sambad/media/post_attachments/wp-content/uploads/2019/12/Untitled-1-copy-13.jpg)
ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଇନ୍ଦୁମତୀ ଓ ଜଷ୍ଟିସ ଏ.ଏସ.ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ନେଇ ଏକ ଘଣ୍ଟା ଆଲୋଚନା କରିବା ପରେ ଏହି ରାୟ ଶୁଣାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/delhi_gangrape_1576656831.jpg)