ପୁଣେ: ପୁଣେ ପୋର୍ସେ ଦୁର୍ଘଟଣା ଘଟଣାରେ ନାବଳକ ଅଭିଯୁକ୍ତର ମାଆଙ୍କୁ ଗିରଫ କରାଯାଇଛି। ପୁଣେ ପୁଲିସ ଜଣେ ନାବାଳକ ବିଳାସପୂର୍ଣ୍ଣ କାର ଚଳାଇ ଦୁଇ ଜଣଙ୍କ ଜୀବନ ଯିବା ଘଟଣାରେ ନିଜ ପୁଅକୁ ସମର୍ଥନ ଦେଇଥିବା ଦର୍ଶାଇ ମାଆଙ୍କୁ ଗିରଫ କରିଛି। ପୁଲିସ କହିଛି ଯେ ଦୁର୍ଘଟଣା ଘଟିବା ସମୟରେ ତାଙ୍କ ପୁଅ ମଦ୍ୟପାନ କରି ନ ଥିବା ପ୍ରମାଣ କରିବା ପାଇଁ ମା ନିଜ ରକ୍ତ ନମୁନା ସହ ପୁଅର ରକ୍ତ ବଦଳାଇ ଦେଇଥିଲେ। ପୁଅର ରକ୍ତ ନମୁନାକୁ ଡାକ୍ତରମାନେ ଅଳିଆରେ ଫିଙ୍ଗି ଦେଇ ମାଆଙ୍କ ରିପୋର୍ଟକୁ ପୁଅର ବୋଲି ଦର୍ଶାଇଥିଲେ।
ପୁଲିସ କମିସନର ଅମିତେଶ କୁମାର କହିଛନ୍ତି ଯେ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ନାବାଳିକାର ରକ୍ତ ନମୁନା ତାଙ୍କ ମା’ଙ୍କ ସହ ବଦଳାଯାଇଛି। ଯାହାକି ସଂପୂର୍ଣ୍ଣ ରୂପେ ଅପରାଧ।
ମେ ୧୯ ତାରିଖରେ ନାବାଳିକାର କାର୍ ଧକ୍କାରେ ପୁଣେର କଲ୍ୟାଣୀ ନାଗରରେ ଦୁଇଜଣ ଆଇଟି ବ୍ୟକ୍ତିତ୍ବଙ୍କ ମୃତ୍ୟୁ ଘଟିଥିଲା। ସେହି ଘଟଣାରେ ପୁଲିସ୍ ୧୭ ବର୍ଷର ନାବାଳକକୁ ଗିରଫ କରି ସୁଧାର ଗୃହକୁ ପଠାଯାଇଥିବା ବେଳେ ପରିବାରର ଲୋକ ଡ୍ରାଇଭରକୁ ଅପହରଣ କରି ଦୋଷ ଦେବାକୁ ତାଙ୍କ ଉପରେ ଚାପ ପକାଇବା ଅଭିଯୋଗରେ ତାଙ୍କ ବାପା ଏବଂ ଦାଦାଙ୍କୁ ଗିରଫ କରାଯାଇଛି।
ଏହି ଘଟଣାରେ ଅପରାଧକୁ ଲୁଚାଇବା ପାଇଁ ପ୍ରଭାବଶାଳୀ ପରିବାରର ଉଦ୍ୟମ ପ୍ରକାଶ ପାଇଥିଲା। ସେମାନେ ପ୍ରଥମେ ନିଜ ଡ୍ରାଇଭରକୁ ନିଜ ମୁଣ୍ଡକୁ ଦୋଷ ନେଲେ ନଗଦ ଟଙ୍କା ବି ଯାଚିଥିଲେ। ଯେତେବେଳେ ସେ ମନା କରିଦେଲେ, ସେମାନେ ତାଙ୍କୁ ଅପହରଣ କରି ଚାପ ପକାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/08f2d14d-5c29-4b6a-84ef-e429c505702a.jpg)