ଗାନ୍ଧିନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାତୃଭୂମି ଗୁଜୁରାଟର ଭଡ଼ନଗରରେ ୨ ଦିନିଆ ଗସ୍ତରେ ଯାଇ ପହଞ୍ଚି ଆଜି ଦ୍ୱିତୀୟ ଦିନରେ ନିଜର ସେବା ମନବୃତ୍ତି ପାଇଁ ନିଜ ମାତୃଭୂମିର ପ୍ରେରଣାକୁ ଶ୍ରେୟ ଦେଇଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହ ଗୁଡସ୍ ଆଣ୍ଡ୍ ସର୍ଭିସ ଟ୍ୟାକ୍ସ(ଜିଏସ୍ଟି) ସଂଶୋଧନ ନେଇ ମୋଦି ଗସ୍ତ କରି କହିଛନ୍ତି ଯେ ଜିଏସ୍ଟି ପାଇଁ ଏଥରର ଦୀପାବଳିଟା ବିଶେଷ ଆନନ୍ଦଦାୟକ ହେବ। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି ଭଡ଼ନଗରଠାରେ ଏକ ମେଡିକାଲ୍ କଲେଜ୍ ମଧ୍ୟ ଉନ୍ମୋଚିତ କରିଛନ୍ତି। ଏଥିସହିତ ୫ଟି ସ୍ଥାନରେ ଗୁଡ଼ାଏ ଯୋଜନାକୁ ନେଇ ପ୍ରକଳ୍ପ ନିର୍ମାଣ କରିଛନ୍ତି। ସେଠାରେ ସେ ଏକ ପବ୍ଲିକ୍ ମିଟିଂ ମଧ୍ୟ ଆୟୋଜିତ କରିଥିଲେ। ସେଠାରେ ସେ ଜିଏସ୍ଟି ଏବଂ ଡିଜିଲାଟାଇଜେସନ୍ର ଭଲ ପ୍ରଭାବ ସଂପର୍କରେ ଅଭିଭାଷଣ ଦେଇଥିଲେ।
ଭଡ଼ନଗରବାସୀ ନିଜ ମାଟିର ସନ୍ତାନକୁ ସ୍ୱାଗତ କରିବା ପାଇଁ ସହରସାରା ପତାକା ଏବଂ ଆଲୋକରେ ସାଜ ସଜା କରିଥିବା ବେଳେ କୁଢ଼ କୁଢ଼ ଲୋକେ ଏକତ୍ର ହୋଇ ମୋଦିଙ୍କୁ ସ୍ୱାଗତ କରିଥିଲେ। ଉପସ୍ଥିତ ଲୋକେ ମୋଦି ମୋଦି ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କ ଉପରକୁ ପୁଷ୍ପ ବର୍ଷଣ କରିଥିଲେ। ତେବେ, ଦୀର୍ଘ ଦିନ ପରେ ନିଜ ଜନ୍ମ ମାଟିରେ ପାଦ ରଖି ସାମାନ୍ୟ ଭାବପ୍ରବଣ ହୋଇପଡ଼ିଥିଲେ ମୋଦି।
ନିଜ ମାଟିର ସନ୍ତାନକୁ ସ୍ୱାଗତ କରିବା ପାଇଁ ସହରସାରା ପତାକା ଏବଂ ଆଲୋକରେ ସାଜ ସଜା କରିଥିବା ବେଳେ କୁଢ଼ କୁଢ଼ ଲୋକେ ଏକତ୍ର ହୋଇ ମୋଦିଙ୍କୁ ସ୍ୱାଗତ କରିଥିଲେ। ଉପସ୍ଥିତ ଲୋକେ ମୋଦି ମୋଦି ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କ ଉପରକୁ ପୁଷ୍ପ ବର୍ଷଣ କରିଥିଲେ।
ସଂକ୍ଷପରେ ମୋଦିଙ୍କ ଅଭିଭାଷଣ:
‘ମୁଁ ଯାହାବି ହେଇ ପାରିଛି ମୋ ମାଟିର ଆଶିର୍ବାଦ ହେତୁ ସମ୍ଭବ ହୋଇଛି। ଆପଣମାନଙ୍କ ଶ୍ରଦ୍ଧା ଓ ମାଟି ମା’ର ଆଶିର୍ବାଦ ହିଁ ମୋଦେ ସେବା କରିବା ପାଇଁ ସୁଯୋଗଟିଏ ଦେଇଛି। ନିଜ ମାତୃଭୂମିରେ ଏପରି ସ୍ୱାଗତ ଉତ୍ସବ ମୋ ପାଇଁ ଖୁବ୍ ସ୍ୱତନ୍ତ୍ର।
ଏବେ ମୁଁ ପୁଣି ଥରେ କଠିନ ପରିଶ୍ରମ ପାଇଁ ପ୍ରସ୍ତୁତ ହୋଇଯାଇଛି। ମୋ ଦେଶ ପାଇଁ ଆହୁରି କାମ କରିବି। ଏବେ ମୋ ମାଟି ମାଆର ଆର୍ଶିବାଦ ମୋ ସାଥିରେ ଅଛି।
ମୋ ଅଞ୍ଚଳ ପାଇଁ ମେଡିକାଲ୍ କଲେଜ୍ଟିଏ ଖୋଲି ପାରିଥିବାରୁ ମୁଁ ଅତ୍ୟନ୍ତ ଖୁସି।
ରାଜ୍ୟର ଉନ୍ନତିକରଣ ନେଇ ରାଜ୍ୟ ସରକାଙ୍କର ଚେଷ୍ଟା ପାଇଁ ମୁଁ ତାଙ୍କୁ ଆନ୍ତରିକ ସାଧୁବାଦ ଜଣାଉଛି।
ଆଜି ମୁଁ ମେଡିକାଲ୍ କଲେଜ୍ର ଯେଉଁ ଯୁବପିଢ଼ିଙ୍କ ସହ ସାକ୍ଷାତ କଲି, ଭବିଷ୍ୟତରେ ଆମ ସମାଜ ସେହିପରି ଜଣେ ଜଣେ ଡାକ୍ତରଙ୍କୁ ଅପେକ୍ଷା କରିଛି।’
ମୋଦି ନିଜ ଜନ୍ମମାଟିରେ ପାଦ ଦେଇ ବହୁ ସାଧାରଣ ଲୋକଙ୍କ ସହ ସାକ୍ଷାତ କରିବା ସହ ନୂଆ କରି ଖୋଲିଥିବା ମେଡିକାଲ୍ କଲେଜ୍ ଛାତ୍ର ଛାତ୍ରୀମାନଙ୍କ ସହ ସମୟ ବିତାଇଥିଲେ। ଗୁଜୁରାଟର ବିକାଶ ପାଇଁ ବିଜ୍ଞାନ, କୌଶଳ ଆଦିର ଆହୁରି ପ୍ରୟୋଗ କରାଯିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇ ଶେଷରେ ନିଜ ମାତୃଭୂମିକୁ ବିଦାୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି।