ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ନେତା ପରବେଶ ସାହିବ ସିଂହ ବର୍ମା ୩୦୦୮୮ ଭୋଟରେ ବିଜୟୀ ହୋଇଛନ୍ତି।

Advertisment

ଗୋଟିଏ ପଟେ ପରବେଶ ବିଜୟୀ ହେବାପରେ ବିଜେପି ଦଳ ଉତ୍ସାହିତ ଥିବା ବେଳେ ଅନ୍ୟପଟେ ବିଜେପିର ଦୁଇ ବିଧାୟକ ମଞ୍ଚ ଉପ‌ରେ ନିଦରେ ଟଳମଳ ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। 

ଅଧିକପଢ଼ନ୍ତୁ:ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇଥିଲେ ବାପପୁଅ: ବିଦ୍ୟୁତ୍ ଆଘାତରେ ଚାଲିଗଲା ଉଭୟଙ୍କ ଜୀବନ

ମୋତିହାରିର ପିପରାକୋଠି କିସାନ ଉନ୍ନତୀ ମେଳା-୨୦୨୫ର ଭବ୍ୟ ଆୟୋଜନା କରାଯାଇଛି। ଏହି ମେଳାର ଏକ କାର୍ଯ୍ୟକ୍ରମରେ ବିହାର ସରକାରର ଶ୍ରମ ମନ୍ତ୍ରୀ ଓ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରୀୟ କୃଷି ମନ୍ତ୍ରୀ  ଓ ମୋତିହାରୀର ସାଂସଦ ରାଧାମୋହନ ସିଂହଙ୍କ ସମେତ  ଜିଲ୍ଲାର ଅନେକ ବିଧାୟକ ଓ କେନ୍ଦ୍ରୀୟ କୃଷି ବିଶ୍ବ ବିଦ୍ୟାଳୟର କୂଳପତିଙ୍କ ସମେତ ହଜାରହଜାର ଲୋକ ‌ଯୋଗ ଦେଇଥିଲେ। 

ଏହି କାର୍ଯ୍ୟକ୍ରମରେ ମଞ୍ଚ  ଉପରେ ବିଜେପି ନେତା ତଥା ପୂର୍ବତନ କୃଷି ମନ୍ତ୍ରୀ ରାଧାମୋହନ ସିଂହ ଓ ବିହାର ସରକାରର ଶ୍ରମ ମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଥିଲା। 

ଅଧିକପଢ଼ନ୍ତୁ:ଶ୍ରଦ୍ଧାଳୁଙ୍କ ମନମୋହୁଛନ୍ତି ସଙ୍ଗମକୁ ଆସିଥିବା ବିଦେଶୀ ପକ୍ଷୀ

ଭାଷଣ ଚାଲିଥିବା ବେଳେ ମଞ୍ଚ ଉପରେ ବସିଥିବା ବିଜେପିର ପୂର୍ବତନ ମନ୍ତ୍ରୀ ତଥା ମୋତିହାରୀର ବିଧାୟକ ପ୍ରମୋଦ କୁମାର ଓ ଗୋବିନ୍ଦଗଞ୍ଜର ବିଜେପି ବିଧାୟକ ନିଦରେ ଟଳମଳ ହେଉଥିଲେ। ଯାହାର ଏକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଦେଖି ଲୋକେ ତୀବ୍ର ସମାଲୋଚନା କରିବା ସହିତ ବିରୋଧୀମାନେ କଟାକ୍ଷ କରିବା ଆରମ୍ଭ କରି ଦେଇଛନ୍ତି। 
ଏହି କାର୍ଯ୍ୟକ୍ରମରେ ରବିବାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବି ସାମିଲ ହୋଇଛନ୍ତି।