ପେଟ୍ରୋଲ୍‌ ପମ୍ପରେ ତେଲ ଭରିି ସାରି ଷ୍ଟାର୍ଟ ମାରିବା ବେଳେ ବାଇକ୍‌ରେ ଲାଗି ଗଲା ନିଆଁ,ଅଳ୍ପକେ ବର୍ତ୍ତିଲେ ଚାଳକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ତାମିଲନାଡୁର ତିରୁନେଲେଭଲିରେ ଘଟିଛି ଏକ ବିସ୍ମୟଜନକ ଘଟଣା। ଜଣେ ବାଇକ୍‌ ଚାଳକ ଏକ ପେଟ୍ରୋଲ୍‌ ପମ୍ପରେ ପେଟ୍ରୋଲ ଭରିବା ପରେ ଯେମିତି ବାଇକ୍‌ ଷ୍ଟାର୍ଟ ମାରିଛନ୍ତି, ସଙ୍ଗେ ସଙ୍ଗେ ବାଇକରେ ଲାଗିଯାଇଥିଲା ନିଆଁ। ତେବେ ନିଶ୍ଚିତ ମୃତ୍ୟୁର ଅଳ୍ପକେ ବର୍ତ୍ତିଯାଇଛନ୍ତି ବାଇକ୍‌ ଚାଳକ।

ଏହି ଘଟଣାଟି ପେଟ୍ରୋଲ୍‌ ପମ୍ପର ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି। ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି ବାଇକ୍‌ ଚାଳକ ତେଲ ପକାଇସାରି ପମ୍ପ କମ୍ପର୍ଚାରୀଙ୍କୁ ପଇସା ଦେଉଛନ୍ତି। ଏହାପରେ ଯେମିତି ‘ବାଇକ ଷ୍ଟାର୍ଟ’ କରିଛନ୍ତି, ସଙ୍ଗେ ସଙ୍ଗେ ବାଇକରେ ନିଆଁ ଧରିଯାଇଛି। ବାଇକ ଚାଳକଙ୍କ ପୋଷାକରେ ନିଆଁ ଲାଗିବା ସହ ସେ ସଙ୍ଗେ ସଙ୍ଗେ ତଳେ ପଡ଼ିଯାଉଛନ୍ତି। ଘଟଣା ଦେଖି ସେଠାରେ ଉପସ୍ଥିତ ପେଟ୍ରୋଲ ପମ୍ପର କର୍ମଚାରୀ ତାଙ୍କ ପାଖକୁ ଦୌଡ଼ିି ଆସି ତାଙ୍କୁ ଉଦ୍ଧାର କରୁଛନ୍ତି।

ଏହାପରେ ବାଇକ୍‌ ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତେବେ ତାଙ୍କ ଶରୀରର କିଛି ଅଂଶ ପୋଡ଼ି ଯାଇଥିବା ସୂଚନା ମିଳିଛି। ଯେହେତୁ ପେଟ୍ରୋଲ ପମ୍ପରେ ହିଁ ନିଆଁ ଲାଗି ଯାଇଥିଲା,ଏହା ଏକ ବଡ଼ ଦୁର୍ଘଟଣା ଆଡକୁ ମୁହାଁଇଥାଆନ୍ତା। ମାତ୍ର ପମ୍ପ କର୍ମଚାରୀଙ୍କ ଯୋଗୁଁ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି।

ସମ୍ବନ୍ଧିତ ଖବର