ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶରେ ଏଭଳି ଏକ ବିଶ୍ବବିଦ୍ୟାଳୟ ରହିଛି ଯେଉଁଠାରେ ଛାତ୍ରଛାତ୍ରୀମାନେ କେବଳ ଡିଗ୍ରି ହାସଲ କରିବା ଲାଗି ପାଠପଢ଼ୁନାହାନ୍ତି। ଜୀବନରେ ସେମାନେ ଯେଭଳି ସଫଳତା ପାଇପାରିବେ ସେଥିପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବ୍ୟବସ୍ଥା ରହିଛି। ସେହି ବିଶ୍ବବିଦ୍ୟାଳୟ ନାମ ହେଉଛି ଭିଆଇଟି ଏପି ବିଶ୍ବବିଦ୍ୟାଳୟ। ଛାତ୍ରଛାତ୍ରୀମାନଙ୍କୁ ଆଇଏଏସ୍ ପରୀକ୍ଷା ଲାଗି ପ୍ରସ୍ତୁତ କରିବା ଲାଗି ଏହି ବିଶ୍ବବିଦ୍ୟାଳୟ ତରଫରୁ ଏକେଏସ୍ ଆଇଏଏସ୍ ଏକାଡେମି ସହ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରାଯାଇଛି।ଭିଆଇଟି-ଏପି୍ର କୁଳପତି ଡକ୍ଟର ଏସ୍ ଭି କୋଟା ରେଡ୍ଡି ଏମ୍ଓୟୁରେ ସ୍ବାକ୍ଷର କରିଛନ୍ତି।
ପବ୍ଲିକ୍ ସର୍ଭିସ୍ ପାଠ୍ୟକ୍ରମରେ ବିଏ ଓ ଏମ୍ଏ ଡିଗ୍ରି ସହିତ ଛାତ୍ରଛାତ୍ରୀମାନେ ଆଇଏଏସ୍ ପରୀକ୍ଷା ଲାଗି ମଧ୍ୟ ପ୍ରସ୍ତୁତି କରିପାରିବେ। ଏହି ଡୁଆଲ୍ ଡିଗ୍ରି ପାଠ୍ୟକ୍ରମକୁ ଆଇଏଏସ୍ ପ୍ରଶିକ୍ଷଣ ସହ ଯୋଡ଼ାଯାଇଛି। ଏହି ଏମ୍ଓୟୁ ସ୍ବାକ୍ଷର ହୋଇଥିବାରୁ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଆଇଏଏସ୍ ପରୀକ୍ଷା ପ୍ରସ୍ତୁତି ଲାଗି ଆଉ ବାହାରକୁ ଯିବାକୁ ପଡ଼ିବନି। ଏ ସମ୍ପର୍କରେ ଏକେଏସ୍ ଆଇଏଏସ୍ ଏକାଡେମିର ସିଇଓ ଶ୍ରୀଯୁକ୍ତ ଶଶାଙ୍କ କହିଛନ୍ତି ଆଇଏଏସ୍ ପରୀକ୍ଷାରେ ଉତ୍କୃଷ୍ଟ ମାନଦଣ୍ଡ ଧାର୍ଯ୍ୟ କରିବା ଲକ୍ଷ୍ୟ ନେଇ ଏକେଏସ୍ ଆଇଏଏସ୍ ଏକାଡେମି ସ୍ଥାପନ କରାଯାଇଛି। ଭିଆଇଟି-ଏପି ଭଳି ସମ୍ମାନଜନକ ଅନୁଷ୍ଠାନ ସହ ସହବନ୍ଧିତ ହୋଇଥିବାରୁ ଛାତ୍ରଛାତ୍ରୀମାନେ ଆଗୁଆ ପ୍ରସ୍ତୁତି କରିପାରିବେ ଏବଂ ପାଠପଢ଼ା ଲାଗି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିପାରିବେ। ଏମ୍ଓୟୁ ସ୍ବାକ୍ଷର କରିବା ଲାଗି ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମ ଅବସରରେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ସି ଏଲ୍ ଭି ଶିବକୁମାର, ଡିନ୍ ଡକ୍ଟର ସୁସ୍ମିତା ଶ୍ୟାମସୁନ୍ଦର ଓ ଏକେଏସ୍ ଆଇଏଏସ୍ ଏକାଡେମିର ନିର୍ଦେଶକ ସୁଧା ଉପସ୍ଥିତ ଥିଲେ।