ମୋଦୀଙ୍କୁ ମୌନୀ ବାବା‌ କହିଲେ ଖଡ଼ଗେ, କଡ଼ା ଜବାବ ଦେଲେ ଧନଖଡ଼

ନୂଆଦିଲ୍ଲୀ: ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ମୌନୀ ବାବା’ କହିଛନ୍ତି। ଆଦାନି ପ୍ରସଙ୍ଗରେ ମୋଦୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇ ଖଡ଼ଗେ ମୋଦୀଙ୍କୁ ‘ମୌନୀ ବାବା କହିବାପରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହାର ଜବାବ ଦେଇଛନ୍ତି। ଧନଖଡ଼ କହିଛନ୍ତି, ଏଭଳି ଟିପ୍ପଣୀ ଆପଣଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପାଇଁ ଆଦୌ ଶୋଭନୀୟ ନୁହେଁ।

ଖଡ଼ଗେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଜବାବ ରଖି କହିଥିଲେ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏହା ପଚାରୁଛି ଯେ ଆପଣ କାହିଁକି ନିରବ ଅଛନ୍ତି। ଆପଣ ଅନ୍ୟ ସମସ୍ତଙ୍କୁ ଭୟଭୀତ କରୁଛନ୍ତି ତେବେ ଆପଣ ଶିଳ୍ପପତିଙ୍କୁ କାହିଁକି ଭୟଭୀତ କରାଉନାହାନ୍ତି। ଲୋକମାନେ ଟିକେଟ ନପାଇବା ଭୟରେ ଚୁପ୍‌ ରହୁଛନ୍ତି। ଆପଣ ନିରବ ରହିବାକୁ ପସନ୍ଦ କରୁଛନ୍ତି ଏବଂ ଆପଣ ମୌନୀ ବାବା ହୋଇ ଯାଇଛନ୍ତି ବୋଲି ଖଡ଼ଗେ କହିଛନ୍ତି। ଖଡ଼ଗେ ଆଜି ରାଜ୍ୟସଭାରେ ଆଦାନି ଗ୍ରୁପ୍‌ ପ୍ରସଙ୍ଗରେ ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ଦାବି କରିଥିଲେ।

ସମ୍ବନ୍ଧିତ ଖବର