ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ନିଆରା ଢଙ୍ଗ‌‌ରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଟେଲିଭିଜନ ଅଭିନେତ୍ରୀ ମୌନୀ ରୟ। ‘କିଉଁକି ଶାଶ୍‌ ଭି କଭି ବୋହୂ ଥୀ’ ଧାରାବାହିକରେ ମୌନୀ ଓ ସ୍ମୃତି ଏକତ୍ର କାମ କରିଥିବା ବେଳେ ସେମାନଙ୍କ ବନ୍ଧୁତ୍ବ ଖୁବ୍‌ ନିବିଡ଼। ସ୍ମୃତିଙ୍କ ଜନ୍ମଦିନରେ ପୁରୁଣା ସ୍ମୁତିକୁ ମନେ ପକାଇ ଶୁଭେଚ୍ଛା ଜଣାଇଛନ୍ତି ମୌନୀ।

Advertisment
View this post on Instagram

A post shared by mon (@imouniroy)

ମୌନି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସ୍ମୃତି ଇରାନୀଙ୍କର ଏକ ଫଟୋ ଦେଇ ଲେଖିଛନ୍ତି, ‘ପ୍ରିୟର ଦିଦି ପ୍ରାୟ ଦେଢ଼ ଦଶଂଦ୍ଧି ତଳେ ମୁଁ ଯେତେବେଳେ ‘କିଉଁକି ଶାଶ୍‌ ଭି କଭି ବୋହୂ ଥୀ’ ଧାରାବାହିକରେ ଯୋଗ ଦେଲି ‌ମୋର ମନେ ଅଛି ତମେ ଯେଉଁଭଳି ଭାବେ ମୋତେ ଉଦାର ବ୍ୟବହାର ଦେଖାଇଥିଲ। ତମେ ଏତେ ଜ୍ଞାନୀ ଯେ ଏକା ସାଥୀରେ ଚମତ୍କାର ଭାବେ ୭ଟି ଭାଷାରେ କଥା ହୋଇପାର। ତମର ପଢ଼ା ପ୍ରତି ଭଲପାଇବା ମୋତେ ଖୁବ୍ ଭଲ ଲାଗିଥିଲା। ମୁଁ ସେବେ ବି ତମ ପରି ହବାକୁ ଚାହୁଁଥିଲି, ଏବେ ବି ତମ ପରି ହେବାକୁ ଚାହେଁ। ତମ ପାଇଁ ବହୁତ ସାରା ଭଲପାଇବା। ଈଶ୍ବର ସଦା ତୁମ ସାଥୀରେ ଥାଆନ୍ତୁ।’

ଉଲ୍ଲେଖଯୋଗ୍ୟ, ବଲିଉଡ୍‌ ଅଭିନେତ୍ରୀ ତଥା ନାଗିନ୍‌ ଫେମ୍‌ ମୌନୀ ରୟ ଚଳିତବର୍ଷ ଜାନୁଆରିରେ ସୁରଜ ନାମ୍ବିଆରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ସ୍ମୃତି ମଧ୍ୟ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ମୌନୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।