ସିସିଲି: ୟୁରୋପର ସବୁଠାରୁ ସକ୍ରିୟ ଏବଂ ବିପଦପୂର୍ଣ୍ଣ ଜ୍ୱାଳାମୁଖୀ ବା ଆଗ୍ନେୟଗିରି ଭାବରେ ବିବେଚିତ ଇଟାଲିର ମାଉଣ୍ଟ ଏଟନାରୁ ଭୟଙ୍କର ଭାବରେ ଲାଭା ଉଦଗୀରଣ ହୋଉଛି। ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁଁ ଲାଭାପାଉଁଶ ଏବଂ ଧୂଆଁ ବହୁ ଦୂରକୁ ପହଞ୍ଚିବାରେ ଲାଗିଛି। ଏହି ବିଶାଳ ବିସ୍ଫୋରଣ ପରେ ପର୍ଯ୍ୟଟକମାନେ ଜୀବନ ବଞ୍ଚାଇ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ । ତେବେ ଅନେକ ପର୍ଯ୍ୟଟକ ଏହାର ଭିଡିଓ ଏବଂ ଫଟୋ ମଧ୍ୟ ପ୍ରସ୍ତୁତ କରିଛନ୍ତି।
ଦି ସନ୍ ରିପୋର୍ଟ ଅନୁଯାୟୀ ମାଉଣ୍ଟ ଏଟନା ଜ୍ୱାଳାମୁଖୀର ଉଦଗୀରଣ ଏତେ ଭୟଙ୍କର ଥିଲା ଯେ ନିକଟସ୍ଥ ଅଂଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀଜ୍ୱାଳାମୁଖୀର ଦକ୍ଷିଣ-ପୂର୍ବ ଗର୍ତ୍ତର ଏକ ଅଂଶ ସମ୍ଭବତଃ ଭୁଶୁଡ଼ି ପଡ଼ିଥିଲାଯାହା ଏହି ଶକ୍ତିଶାଳୀ ବିସ୍ଫୋରଣର କାରଣ ହୋଇଥିଲା। ଏହା ସହିତତୀବ୍ର କମ୍ପନ ଏବଂ ନିରନ୍ତର ବିସ୍ଫୋରଣ ଭୟର ପରିବେଶ ସୃଷ୍ଟି କରିଥିଲା।ଜ୍ୱାଳାମୁଖୀରେ ଉଦଗୀରଣ ପରେଏଥିରୁ ବାହାରୁଥିବା ଲାଭା ଏକ ଅଗ୍ନି ଝରଣା ଦେଖାଯାଉଥିଲା । ଏହାର ଗରମ ପଥର ଏବଂ ବିଷାକ୍ତ ଗ୍ୟାସ୍ ଅଞ୍ଚଳରେ ବହୁ ଦୂରକୁ ବ୍ୟାପି ଯାଇଥିଲା। ଏହି କାରଣରୁନିକଟସ୍ଥ କାଟାନିଆ ବିମାନବନ୍ଦରରେ ବିମାନଗୁଡ଼ିକର ଉଡ଼ାଣ ସ୍ଥଗିତ ରଖାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/02/ovGsBcR8SMokPHObtXLg.jpeg)