ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଚଳିତ ମାସରେ ଶିଳାନ୍ୟାସ ହେବା ପରେ ରାମାୟଣ ସର୍କିଟକୁ ବିକଶିତ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ମୋଦୀ ସରକାରଙ୍କ ପ୍ରଥମ ପାଳିର ଶେଷ ଭାଗରେ ଆରମ୍ଭ ହୋଇଥିବା ରାମାୟାଣ ସର୍କିଟ୍ ଯୋଜନାକୁ ପ୍ରାଥମିକତା ଆଧାରରେ ଦ୍ୱରାନ୍ବିତ କରାଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟର ସୂତ୍ରରୁ ଜଣାପଡ଼ିଛି।
ଦେଶର ଯେଉଁ ସବୁ ୯ଟି ରାଜ୍ୟ ରହିଛି, ଯେଉଁଠାରେ ପ୍ରଭୁ ଶ୍ରୀରାମ ଅତିକ୍ରମ କରିଥିଲେ ସେସବକୁ ରାଜ୍ୟର ପର୍ଯ୍ୟଟନ ସ୍ଥଳକୁ ରାମାୟଣ ସର୍କିଟ ଯୋଜନା ଅନ୍ତର୍ଗତ ପରସ୍ପରକୁ ଯୋଡ଼ାଯିବାର ଯୋଜନା ରହିଛି। ୯ଟି ରାଜ୍ୟର ଏଭଳି ୧୫ଟି ପର୍ଯ୍ୟଟନସ୍ଥଳୀରୁ ଓଡ଼ିଶାର ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତ ପର୍ଯ୍ୟଟନସ୍ଥଳୀକୁ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ବିକଶିତ କରିବେ। ମହେନ୍ଦ୍ରଗିରି ପର୍ବତ ରାମାୟଣର ପୌରାଣିକ କାହାଣୀରେ ଉଲ୍ଲେଖ ରହୁଛି। ସୂତ୍ର ଅନୁସାରେ ରାମାୟଣ ସର୍କିଟ ଯୋଜନା ଅନ୍ତର୍ଗତ ପ୍ରଭୁ ଶ୍ରୀରାମ ଅତିକ୍ରମ କରିଥିବା ମାର୍ଗଗୁଡ଼ିକୁ ରାଜପଥ ସହିତ ଯୋଡ଼ି ଦିଆଯିବା ସହିତ ରେଳ, ସଡ଼କ ଓ ଆକାଶ ମାର୍ଗ ସହିତ ମଧ୍ୟ ସଂଯୋଗ କରିଦିଆଯିବ। ପର୍ଯ୍ୟଟକମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ମଧ୍ୟ ସୁନିଶ୍ଚିତ କରାଯିବ। ପର୍ଯ୍ୟଟନ ସ୍ଥଳମାନଙ୍କର ଭିତ୍ତିଭୂମିର ମଧ୍ୟ କାୟା ବିସ୍ତାର କରାଯିବ। ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହେବା ପରେ ପ୍ରଥମ ପର୍ଯ୍ୟାୟ ରାମାୟଣ ସର୍କିଟ କାର୍ଯ୍ୟକ୍ରମକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିବା ପାଇଁ ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ କର୍ଣ୍ଣାଟକ ସାଂସଦମାନେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା ବେଳେ ସଂସଦର ମୌସୁମୀ ଅଧିବେଶନରେ ଏହି ଯୋଜନା ପାଇଁ ଆର୍ଥିକ ଆବଣ୍ଟନକୁ କ୍ରିୟାଶୀଳ କରିବା ପାଇଁ ସମ୍ବନ୍ଧିତ ରାଜ୍ୟର ସାଂସଦମାନେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/mahendragiri-hills-at.jpg)