ପାକିସ୍ତାନର ପାହାଡ ଚଢ଼ିବାକୁ ପଣ ନେଇଥିବା ପର୍ବତାରୋହୀଙ୍କର ମୃତଦେହ ଉଦ୍ଧାର

କରାଚୀ: ପ୍ରବଳ ତୁଷାରପାତ ସତ୍ତ୍ୱେ ପାକିସ୍ତାନର ଏକ ପାହାଡ ଚଢ଼ିବାକୁ ପଣ ନେଇଥିବା ଜଣେ ପର୍ବତାରୋହୀଙ୍କର ମୃତଦେହ ଉଦ୍ଧାର ହୋଇଛି | ଏହି ପର୍ବତାରୋହୀ ଜଣକ ଗତ ସପ୍ତାହରେ ପାକିସ୍ତାନର ଉତ୍ତର ଅଞ୍ଚଳରେ ଥିବା ପାସ୍ତୋର ଶିଖର ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବାବେଳେ ନିଖୋଜ ହୋଇଯାଇଥିଲେ |

ପର୍ବତାରୋହୀ ଜଣକ ଋଷିଆର ହୋଇଥିବାବେଳେ ମୂଳତଃ ଆମେରିକୀୟ ଥିଲେ | ତେବେ ଆଜି ପର୍ବତାରୋହୀଙ୍କ ମୃତଦେହ ମିଳିଥିଲା। ଗିଲଗିଟ ସହରର ପର୍ଯ୍ୟଟନ ପୁଲିସର ସୂଚନା ମୁତାବକ ପାସ୍ତୋର ଶିଖର ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବାବେଳେ ଆଲେକ୍ସ ଗୋଲ୍ଡଫାରବ ନାମକ ପର୍ବତାରୋହୀ ଶୁକ୍ରବାର ଦିନଠାରୁ ନିଖୋଜ ହୋଇଯାଇଥିଲେ । ହିମାଳୟ ରେଞ୍ଜର ପାକିସ୍ତାନୀ ଅଂଶରେ ଥିବା ପାସ୍ତୋର ଶିଖର ଏଭରେଷ୍ଟ ପର୍ବତ ପରେ ଦୁନିଆର ଦ୍ୱିତୀୟ ସର୍ବୋଚ୍ଚ ଶିଖର ଭାବେ ମାନ୍ୟତା ପାଇଛି |

ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଯେତେବେଳେ ଗୋଲ୍ଡଫାରବଙ୍କ ସହିତ ସମ୍ପର୍କ ଛିନ୍ନ ହୋଇଯାଇଥିଲା, ସେତେବେଳେ ହେଲିକପ୍ଟର ଏବଂ ସର୍ଚ୍ଚ ଟିମ୍ ପଠାଯାଇଥିଲା। ଆଉ ପାକିସ୍ତାନୀ ସେନା ଗୋଲ୍ଡଫାରବଙ୍କ ମୃତଦେହ ପାଇଥିଲା । ପାକିସ୍ତାନର ଜଣାଶୁଣା ପର୍ବତାରୋହୀ ମହମ୍ମଦ ଅଲି ସାଦପାରା ମଧ୍ୟ ଏହି ଦୁଃଖଦ ଖବରକୁ ଟ୍ୱିଟ କରିଛନ୍ତି।

ସମ୍ବନ୍ଧିତ ଖବର