୩୦ସେକେଣ୍ଡରେ କରୋନା ଭୂତାଣୁକୁ ମାରିବ ମାଉଥ୍‌ୱାସ୍‌

ନୂଆଦିଲ୍ଲୀ: ୩୦ସେକେଣ୍ଡରେ କରୋନାକୁ ମାରିବ ମାଉଥ୍‌ୱାସ୍‌ | କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ | ଏକ ଅଧ୍ୟୟନରୁ ଏ କଥା ସ୍ପଷ୍ଟ ହୋଇଛି | ଲୋକେ ଟିକା ନନେଇ ମଧ୍ୟ କେବଳ ମାଉଥ୍‌ୱାସ୍‌ ଦ୍ୱାରା କରୋନା ଭୂତାଣୁକୁ ମାରି ପାରିବେ | ବ୍ରିଟେନର କାର୍ଡିଫ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରୁ ଏହା ଜାଣିପାରିଥିବା କହିଛନ୍ତି |

ତେବେ ଏ ନେଇ ଆହୁରି ଅନେକ ଅଧ୍ୟୟନ ବାକି ଥିବା ବେଳେ ପ୍ରଥମ ଅଧ୍ୟୟନରୁ ମାଉଥ୍‌ୱାସ୍‌ କରୋନା ଭୂତାଣୁକୁ ମାରିବାରେ ସକ୍ଷମ ହେଉଥିବା ଜଣା ପଡିଛି | ଅଧ୍ୟୟନରୁ ଜଣା ପଡିଛି ଯେ, ମାଉଥ୍‌ୱାସ୍‌ ରେ ବ୍ୟବହୃତ ସେଟିପାଇରିଡିନିୟମ୍ କ୍ଲୋରାଇଡ୍ (ସିପିସି) କରୋନାଭାଇରସ୍ କୁ ମାରି ପାରୁଛି | ତେବେ କୋଭିଡ-୧୯ର ଚିକିତ୍ସା ପାଇଁ ମାଉଥ୍‌ୱାସ୍‌ ବ୍ୟବହାର କରାଯାଇପାରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | କାରଣ କରୋନା ଭୂତାଣୁକୁ ମାରିବା ପାଇଁ ମାଉଥ୍‌ୱାସ୍‌ କୁ ଫୁସଫୁସରେ ପହଞ୍ଚିବାର ଆବଶ୍ୟକତା ରହିଛି, ଯାହା ପ୍ରାକୃତିକ ଭାବେ ସମ୍ଭବ ନୁହେଁ |

Covid: Mouthwash 'can kill virus in lab in 30 seconds' - BBC News
BBC

ତେବେ ଏ ତଥ୍ୟ ସାମ୍ନାକୁ ଆସିବା ପରେ ଅନୁସନ୍ଧାନକାରୀମାନେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୋଭିଡ -୧୯ ରୋଗୀଙ୍କ ଉପରେ ଏହାର ପରୀକ୍ଷା କରିବା ପାଇଁ ଯୋଜନା କରୁଛନ୍ତି | କୋଭିଡ -୧୯ ରୋଗୀଙ୍କ ଲାଳରେ ଥିବା କରୋନାଭାଇରସର ପ୍ରଭାବକୁ ମାଉଥ୍‌ୱାସ୍‌ ହ୍ରାସ କରିପାରୁଛି କି ନାହିଁ ତାହା ଜାଣିବା ପାଇଁ କ୍ଲିନିକାଲ ପରୀକ୍ଷା କରିବାକୁ ଯୋଜନା କରାଯାଉଥିବା ଜଣା ପଡିଛି | ଆସନ୍ତା ବର୍ଷ ଆରମ୍ଭରେ ଏହି କ୍ଲିନିକାଲ୍ ପରୀକ୍ଷଣର ଫଳାଫଳ ଆସିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର