ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଆଜି ପଞ୍ଚମ ଦିନରେ ଭୟଙ୍କର ରୂପ ନେଇଛି। ଉଭୟ ଦେଶ ପକ୍ଷରୁ ଆକ୍ରମଣ ଜୋରଦାର ହୋଇଛି। ଇସ୍ରାଏଲ ଆକ୍ରମଣରେ ଇରାନରେ ବର୍ତ୍ତମାନ ସୁଦ୍ଧା ୨୨୪ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଇରାନ ଆକ୍ରମଣରେ ଇସ୍ରାଏଲରେ ୨୪ ଜଣଙ୍କର ମୃତ୍ୟୁ ହେଲାଣି।
ଇରାନ-ଇସ୍ରାଏଲ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଭାରତୀୟ ଦୂତାବାସ ପକ୍ଷରୁ ଏକ ପରାମର୍ଶ ଜାରି କରାଯାଇଛି। ସମ୍ଭବ ହେଲେ ତେହେରାନରୁ ବାହାରକୁ ଚାଲିଯାଆନ୍ତୁ ବୋଲି ଭାରତୀୟ ଦୂତବାସ ପରାମର୍ଶ ଜାରି କରିଛି।
ଗତକାଲି ଇସ୍ରାଏଲ ସେନା ଇରାନ ରାଜଧାନୀ ତେହରାନର ବିଭିନ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ସ୍ଥାନ ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସତର୍କ ସୂଚନା ଜାରି କରିଛି। ଇସ୍ରାଏଲ କହିଛି ଏହା ଇରାନର ରାଜଧାନୀରେ ଥିବା ବିଭିନ୍ନ ସାମରିକ ସ୍ଥଳ ଉପରେ ଆକ୍ରମଣ ଯୋଜନା କରିଛି। ଇସ୍ରାଏଲର ଏହି ଚେତାବନୀ ପରେ ତେହରାନର ବିଭିନ୍ନ ସ୍ଥାନରୁ ଲୋକମାନେ ସୁରକ୍ଷିତ ସ୍ଥାନକୁ ପଳାଇବାରେ ଲାଗିଛନ୍ତି।
ଇସ୍ରାଏଲ ବାୟୁସେନା ଗତକାଲି ତେହରାନରେ ଇରାନର ସରକାରୀ ଗଣମାଧ୍ୟମ ଅଫିସ୍ ଆଇଆରଆଇଏନ୍ଏନ୍ ଉପରେ ଆକ୍ରମଣ କରିଛି। ପ୍ରସାରଣ ଚାଲିଥିବାବେଳେ ଇସ୍ରାଏଲ ଏହି ଆକ୍ରମଣ କରିଥିଲା। ଜଣେ ଆଙ୍କର ଟେଲିଭିଜନ ଷ୍ଟୁଡିଓରେ ଖବର ପଢ଼ୁଥିବାବେଳେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏହାର ଘଣ୍ଟାଏ ପୂର୍ବରୁ ଇସ୍ରାଏଲ ଟିଭି ଷ୍ଟୁଡିଓ ଥିବା ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାପାଇଁ ସତର୍କ କରିଥିଲା। ପଶ୍ଚିମ ତେହରାନରେ ମଧ୍ୟ ଗତକାଲି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/17/tz5qUOpg3bCxaChQhx3o.jpg)
