ତେଲ୍ ଆଭିଭ୍: ନିଜ ସୁରକ୍ଷା ପାଇଁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣାଞ୍ଚଳକୁ ଚାଲିଯିବା ଲାଗି ‘ଇସ୍ରାଏଲ୍ ପ୍ରତିରକ୍ଷା ବଳ’ ଆଜି ଗାଜାର ଉତ୍ତରାଞ୍ଚଳରେ ବସବାସ କରୁଥିବା ଜନତାକୁ କହିଥିବା କଥା ‘ଦି ଟାଇମ୍ସ୍ ଅଫ୍ ଇଜ୍ରାଏଲ୍’ ରିପୋର୍ଟ କରିଛି।
ଏ ସଂକ୍ରାନ୍ତରେ ଜାତିସଂଘର ଜଣେ ମୁଖପାତ୍ର କହିଛନ୍ତି, ଏଭଳି ବିଜ୍ଞପ୍ତି ‘ଇସ୍ରାଏଲ୍ ପ୍ରତିରକ୍ଷା ବଳ’ର ସମ୍ଭାବ୍ୟ ସ୍ଥଳଭାଗ ଆକ୍ରମଣକୁ ସୂଚାଉଛି। ୱାଦି ଗାଜାର ଉତ୍ତରାଞ୍ଚଳରେ ପ୍ରାୟ ୧.୧ ନିୟୁତ ପାଲେଷ୍ଟେନୀୟ ବସବାସ କରୁଥିବାରୁ ସେମାନଙ୍କୁ ସ୍ଥାନାନ୍ତରଣ ପାଇଁ କୁହାଯିବା ଖୁବ୍ ଉଲ୍ଲେଖନୀୟ ପଦକ୍ଷେପ।
ଗାଜା ସହର ତଳେ ଥିବା ସୁଡ଼ଙ୍ଗରେ ଆତ୍ମଗୋପନ କରିଥିବା ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିବା ଲାଗି ‘ଇସ୍ରାଏଲ୍ ପ୍ରତିରକ୍ଷା ବଳ’ ଜନସ୍ଥାନାନ୍ତରଣ ପାଇଁ ବିବୃତି ଜାରି କରିଛି।
Image Courtesy of Zee Newsବିବୃତିରେ ଉଲ୍ଲେଖ ଅଛି ଯେ, ବ୍ୟକ୍ତିଗତ ଓ ପରିବାର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଗାଜା ବାସିନ୍ଦାମାନେ ଦାକ୍ଷିଣାତ୍ୟକୁ ଚାଲି ଯାଆନ୍ତୁ। ହମାସ୍ ଆତଙ୍କବାଦୀମାନେ ଆପଣମାନଙ୍କୁ ଢାଲ ବନାଇବାର ଆଶଙ୍କା ଥିବାରୁ ସେମାନଙ୍କଠାରୁ ଯଥାସମ୍ଭବ ହୁସିଆର୍ ରୁହନ୍ତୁ। ଆଗାମୀ ଦିନଗୁଡ଼ିକରେ ‘ଇସ୍ରାଏଲ୍ ପ୍ରତିରକ୍ଷା ବଳ’ ଗାଜା ସହରରେ ଭୀଷଣ ଆକ୍ରମଣ କରିବ। କିନ୍ତୁ, ‘ଇସ୍ରାଏଲ୍ ପ୍ରତିରକ୍ଷା ବଳ’ ସାଧାରଣ ନାଗରିକମାନଙ୍କର କ୍ଷତି ଏଡ଼ାଇବାକୁ ଚାହେଁ।
ଏଥିପାଇଁ ଗାଜାବାସୀଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଛି। କିନ୍ତୁ, ଏହି ଆଦେଶକୁ ଜାତିସଂଘର ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ ନରସଂହାର ବିନା ଅସମ୍ଭବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/israel.jpg)