ନୂଆଦିଲ୍ଲୀ: ବର୍ଷେ କାଳ ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଛି କୃଷି ଆଇନ । ଏହି ବର୍ଷକ ମଧ୍ୟରେ ଅନେକ ଚାଷୀ ନିଜ ପ୍ରାଣ ହରାଇଛନ୍ତି । ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏମିତି ଅନେକ ସଂଘର୍ଷ ପରେ ପ୍ରତ୍ୟାହାର ହୋଇଛି ନୂଆ କୃଷି ଆଇନ୍ । ଯଦି ପୁଣି ଏହି ବିଲ ଆସିପାରେ ବୋଲି କେହି କୁହନ୍ତି ତେବେ କିପରି ପ୍ରତିକ୍ରିୟା ପ୍ରକାଶ ପାଇବ, ତାହା ସମସ୍ତେ ଅନୁମାନ କରିପାରୁଥିବେ ନିଶ୍ଚୟ।

Advertisment

ଏବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିବା କଥାକୁ ନେଇ ପୁଣି ଥରେ କୃଷି ଆଇନ ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ମହରାଷ୍ଟ୍ରରେ ଏକ ସଭାରେ ଯୋଗ ଦେଇ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଆମେ କୃଷି ସଂଶୋଧନ ଆଇନ ଆଣିଲୁ। କିନ୍ତୁ କିଛି ଲୋକ ଏହି ନିୟମକୁ ପସନ୍ଦ କଲେ ନାହିଁ। ଏହା ସ୍ୱାଧୀନତାର ୭୦ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ଆଣିଥାନ୍ତା। କିନ୍ତୁ ସରକାର ନିରାଶ ହୋଇନାହାନ୍ତି। ଆମେ ଗୋଟିଏ ପାଦ ପଛକୁ ଯାଇଛୁ। କିନ୍ତୁ ଆମେ ପୁନର୍ବାର ଆଗକୁ ବଢ଼ିବୁ କାରଣ କୃଷକମାନେ ହେଉଛନ୍ତି ଭାରତର ମେରୁଦଣ୍ଡ।

Farm Laws: வேளாண் சட்டங்கள் மீண்டும் அமல்? - மத்திய அமைச்சர் சர்ச்சை பேச்சு! - moved step back will move forward again says agriculture minister narendra singh tomar on farm laws | Samayam Tamil samayam

ତାଙ୍କର ଏଭଳି ବୟାନ ପରେ କେନ୍ଦ୍ର ସରକାର ପୁଣି ଥରେ କୃଷି ଆଇନ ଆଣିବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆଗକୁ ଏହି ଆଇନ ଆଣିବା ନେଇ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।