ଚଳନ୍ତା ଟ୍ରେନରେ ଶିଶୁକନ୍ୟାକୁ ଜନ୍ମଦେଲେ ମହିଳା : ଡାକ୍ତରୀ ସୁବିଧା ନ ମିଳିବାରୁ ମା’-ଝିଅ ସଂକଟାପନ୍ନ

ଅମ୍ବାଲା : ପାଟନାରୁ ଲୁଧିଆନା ଯାଉଥିବା ଅକାଲ ତଖ୍‌ତ ଏକ୍ସପ୍ରେସରେ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଚଳନ୍ତା ଟ୍ରେନରେ ପ୍ରସବର ସୁବିଧା ନଥିବାରୁ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ଏହି ସମୟରେ ମହିଳାଙ୍କୁ ସାହାଯ୍ୟ କରିଥିଲେ । କିନ୍ତୁ ଟ୍ରେନରେ ପ୍ରସବ ପାଇଁ ସଠିକ ସୁବିଧା ନ ମିଳିବାରୁ ସେମାନଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଥିଲା । ଚିକିତ୍ସା ଲାଗି ଉଭୟ ମା’ଏବଂ ଶିଶୁକୁ ଅମ୍ବାଲାର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥାରେ କୌଣସି ସୁଧାର ଆସି ନ ଥିଲା । ଏଣୁ ଦୁହିଁଙ୍କୁ ବର୍ତ୍ତମାନ ଅନ୍ୟ ଏକ ହସ୍ପିଟାଲକୁ ସ୍ତାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ , ଗତକାଲି ପାଟନାରୁ ଲୁଧିଆନା ଅକାଲ ତଖ୍‌ତ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ମହିଳାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ପ୍ରସବ ତାରିଖ ଆଗକୁ ଥିଲେ ମଧ୍ୟ ଟ୍ରେନ ମଧ୍ୟରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହଠାତ୍‌ ଆରମ୍ଭ ହୋଇଥିଲା । ଟ୍ରେନଟି ବାଟରେ ଅଟକିବାର ସୁବିଧା ନ ଥିବାରୁ ମହିଳା ଜଣଙ୍କ ଚଳନ୍ତା ଟ୍ରେନ ମଧ୍ୟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଟ୍ରେନରେ ଚିକିତ୍ସାର ସୁବିଧା ନଥିବାରୁ ପ୍ରସବପରେ ଟ୍ରେନଟି ଅମ୍ବାଲାର କେଟ ଷ୍ଟେସନରେ ପହଞ୍ଚିଥିଲା ଯେଉଁଠାରେ ତାଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଶୋଚନୀୟ ହେବାରୁ ଡ଼ାକ୍ତର ତାଙ୍କୁ ଅନ୍ୟ ଏକ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର