ବେଇରା : Mozambique Boat Tragedy : ଶୁକ୍ରବାର ଦିନ ମୋଜାମ୍ବିକର ବେଇରା ବନ୍ଦର ନିକଟରେ ଏକ ଡଙ୍ଗା ବୁଡ଼ିଯାଇଛି । ଏହି ଘଟଣାରେ ୩ ଜଣ ଭାରତୀୟ ନାଗରିକ ମୃତ୍ୟୁବରଣ କରିଥିବାବେଳେ ଆଉ ୫ ଜଣ ନିଖୋଜ ଅଛନ୍ତି । ଉକ୍ତ ଡଙ୍ଗାରେ ଚଉଦ ଜଣ ଭାରତୀୟ ନାବିକ ଏକ ତେଲ ଟାଙ୍କରର କ୍ରୁ (ଚାଳକ ଦଳ) ପରିବର୍ତ୍ତନ ପାଇଁ ଯାତ୍ରା କରୁଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି, କିନ୍ତୁ ଏହାର ତଦନ୍ତ ଆରମ୍ଭ ହୋଇଛି।
୩ ମୃତକଙ୍କ ମଧ୍ୟରୁ କେରଳରୁ ୨ ଜଣ
ଏହି ଘଟଣା ସଂପର୍କରେ ଭାରତୀୟ ଉଚ୍ଚାୟୋଗ ପକ୍ଷରୁ କେତେକ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ କେରଳର ଦୁଇଜଣ ଯୁବକ ଥିବା ଜଣାପଡ଼ିଛି । ଜଣେ ଯୁବକ ୨୨ ବର୍ଷୀୟ ଇନ୍ଦ୍ରଜିତ ସନ୍ତୋଷ ବୋଲି ସୂଚନା ମିଳିଛି । ସେହିପରି କେରଳର ଆଉ ଜଣେ ଯୁବକ ଶ୍ରୀରାଗ ରାଧାକୃଷ୍ଣନ ନିଖୋଜ ଅଛନ୍ତି ।
ଏହି ଦୁର୍ଘଟଣା ସଂପର୍କରେ ଭାରତୀୟ ଉଚ୍ଚାୟୋଗ କହିଛି ଯେ ଡଙ୍ଗା ବୁଡ଼ିବା ପରେ ଛଅ ଜଣ ନାବିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ବେଇରାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାକି ନଅ ଜଣଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପାଞ୍ଚ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।
ଭାରତୀୟ ଉଚ୍ଚୋୟୋଗର ଅଧିକାରୀମାନେ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ଏବଂ ପୀଡିତମାନଙ୍କୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରୁଛନ୍ତି। ଉଚ୍ଚାୟୋଗ କହିଛି ଯେ ସେମାନେ ମୃତକଙ୍କ ପରିବାର ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ତୁରନ୍ତ ସେମାନଙ୍କୁ ସୂଚନା ଦିଆଯାଉଛି।